ଗୁହାଳ ସହ ଜଳିଗଲେ ଗୃହପାଳିତ ପଶୁ

0

ବାଲେଶ୍ବର: ଖଇରାଥାନା ଅନ୍ତର୍ଗତ ଧଳଗଡିଆ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସେହି ଗ୍ରାମର ଭାସ୍କର ରାଓଙ୍କ ଗୁହାଳରେ ଗତକାଲି ରାତି ପ୍ରାୟ ସାଢେ ୨ଟାରେ ହଠାତ୍ ନିଆଁ ଲାଗିଯାଇଥିଲା। ଗୁହାଳରେ ଥିବା ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ଆନ୍ୟ ଏକ ଗାଈ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଛି। ଏହା ସହ ଗୁହାଳରେ ଥିବା ଛେଳି ଓ କୁକୁଡା ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି। ଅଗ୍ନିକାଣ୍ଡ ସମ୍ପର୍କରେ ଜଣାପଡିବା ପରେ ପାରିବାର ଲୋକ ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଲିଭାଇଥିଲେ। ଖଇରା ଦମକଳ କେନ୍ଦ୍ରକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା। ଫଳରେ ଗୁହାଳ ସହ ପାଳିତ ପଶୁ ମଧ୍ୟ ଜଳି ଯାଇଥିଲେ ।

Leave A Reply