୨୦୦ ଦିନିକିଆରେ ନେତୃତ୍ୱ ନେଲେ ଧୋନି

0

ଦୁବାଇ : ମଙ୍ଗଳବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏସିଆ କପ୍‍ ସୁପର ଫୋର୍‍ ମ୍ୟାଚ୍‌ରେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ବଦଳରେ ମହେନ୍ଦ୍ର ସିଂହ ଧୋନି ଦଳର ନେତୃତ୍ୱ ନେଇଥିଲେ। ପ୍ରାୟ ଦୁଇବର୍ଷର ବ୍ୟବଧାନ ପରେ ଧୋନି ପୁଣି ଥରେ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି। ଏହି ଅବସରରେ ଧୋନି ୨୦୦ଟି ଦିନିକିଆ ମ୍ୟାଚରେ ନେତୃତ୍ୱ ନେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି କୃତିତ୍ୱ ଅର୍ଜନ କରିବାରେ ଧୋନି ହେଉଛନ୍ତି ବିଶ୍ୱର ୩ୟ ଅଧିନାୟକ। ପୂର୍ବରୁ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ସର୍ବାଧିକ ୨୩୦ଟି ଦିନିକିଆରେ ଅଧିନାୟକ ଦାୟିତ୍ୱ ତୁଲାଇଥିବା ବେଳେ ତାଙ୍କ ପଛକୁ ନ୍ୟୁଜିଲାଣ୍ଡର ଷ୍ଟିଫେନ ଫ୍ଲେମିଙ୍ଗ୍‍ (୨୧୮) ୨ୟ ସ୍ଥାନରେ ରହିଛନ୍ତି। ୨୦୧୭ ଜାନୁଆରୀରେ ଧୋନି ଦିନିକିଆ ଓ ଟ୍ୱେଣ୍ଟି୨୦ ନେତୃତ୍ବରୁ ଅବ୍ୟାହତି ନେଇଥିଲେ। ଧୋନି ନେତୃତ୍ୱ ନେଇଥିବା ୧୯୯ଟି ଦିନିକିଆରୁ ଭାରତ ୧୧୦ଟିରେ ଜିତିଥିବା ବେଳେ ୭୪ରେ ହାରିଛି। ଅବଶିଷ୍ଟ ୧୫ଟି ମ୍ୟାଚ ବାତିଲ ହୋଇଛି। ଏହି ସମୟରେ ଧୋନି ୫୩.୯୨ ହାରରେ ୬ଟି ଶତକ ଓ ୪୭ଟି ଅର୍ଦ୍ଧଶତକ ସହ ୬୬୩୩ ରନ ସ୍କୋର କରିଛନ୍ତି।

Leave A Reply