ବନ୍ଧୁକ ମୁନରେ ଅଢେଇ ଲକ୍ଷ ଟଙ୍କା ଲୁଟ

0

ଢେଙ୍କାନାଳ : ଢେଙ୍କାନାଳ ଜିଲା ଟାଉନଥାନା ଅନ୍ତର୍ଗତ ଗଜମରା ଥାନା ନିକଟରେ ବନ୍ଧୁକ ଦେଖାଇ ୨.୪୫ ଲକ୍ଷ ଟଙ୍କା ଲୁଟିନେଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଜଣେ ବ୍ୟବସାୟୀ ଟଙ୍କା ବ୍ୟାଗ ନେଇ ଯାଉଥିବା ସମୟରେ ଦୁବୃତ୍ତମାନେ ବ୍ୟବସାୟୀଙ୍କୁ ଅଟକାଇ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ବ୍ୟାଗ ନେଇଥିଲେ। କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡଝରିଆ ଗ୍ରାମର ବିଶ୍ୱନାଥ ସାହୁ ସିମେଣ୍ଟ, ରଙ୍ଗ ଆଦି ବ୍ୟବସାୟ କରିଥାନ୍ତି। ଗୁରୁବାର ଅପରାହ୍ନରେ ଢେଙ୍କାନାଳ ଯିବା ବାଟରେ ଦୁବୃତ୍ତମାନେ ଲକ୍ଷ୍ୟ ରଖିଥିବା ସେ ଅଭିଯୋଗ କରିଛନ୍ତି। ଫଳରେ ଇଣ୍ଡିଆନ ବ୍ୟାଙ୍କରୁ ଫେରିବା ସମୟରେ ସମସ୍ତ ଟଙ୍କା ଓ ୫ଟି ବ୍ୟାଙ୍କ ପାସବୁକ ଚୋରି କରି ନେଇଥିଲେ।

Leave A Reply