ଗୁଜରାଟରେ ଓଡ଼ିଆ ଶ୍ରମିକ ମୃତ

0

ଢେଙ୍କାନାଳ ସଦର: ଗୁଜରାଟରେ କାର୍ଯ୍ୟରତ ଜଣେ ଓଡିଆ ଶ୍ରମିକଙ୍କର ବିଦ୍ୟୁତ୍‌ ଆଘାତରେ ସେଠାରେ ମୃତ୍ୟୁ ହୋଇଯାଇଛି। ବୁଧବାର ସକାଳେ ଏନେଇ ଖବର ଆସିବା ପରେ ମୃତ ଶ୍ରମିକଙ୍କ ଘରେ କାନ୍ଦବୋବାଳି ପଡିଛି। ମୃତ ଶ୍ରମିକଙ୍କ ଶବକୁ ଗୁଜରାଟରୁ ଆଣିବାକୁ ପରିବାର ଲୋକେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରକାଶଯେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଇ ଗାଁର ସ୍ୱର୍ଗତଃ ହୃଦାନନ୍ଦ ରାଉତଙ୍କ ପୁଅ ପପୁ (୨୦) ଗୁଜରାଟ ଅହମ୍ମଦାବାଦର କୋରିଅର ପ୍ଳାଷ୍ଟିକ୍‌ରେ ବିଦ୍ୟୁତ୍‌ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ବାପାଙ୍କ ମୃତ୍ୟୁ ପରେ ପରିବାର ବୋଝ ପପୁଙ୍କ ଉପରେ ପଡିଥିଲା। ସେ ଗତ ଚାରି ମାସ ତଳେ ପ୍ରଥମଥର ପାଇଁ କାମ କରିବାକୁ ଗୁଜରାଟ ଯାଇଥିଲେ। ବୁଧବାର ସକାଳେ ପପୁଙ୍କ ମେବାଇଲରୁ ଜଣେ ସାଥୀ ସେ ମରି ପଡିଥିବା ଫଟୋ ପଠାଇଥିଲେ। ଖବର ପାଇବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ମୃତ ପପୁଙ୍କର ଶବକୁ ଗୁଜୁରାଟକୁ ଆଣିବା ପାଇଁ ତାଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଆକୁଳ ନିବେଦନ କରିଛନ୍ତି। ଜିଲା ଶ୍ରମ ଅଧିକାରୀ ଏନେଇ ଅହମ୍ମଦାବାଦ ଶ୍ରମ ଅଧିକାରୀଙ୍କ ସହ ଆଲୋଚନା କରି କିପରି ଶବ ଆସିପାରିବ ସେ ନେଇ ଉଦ୍ୟମ ଚଳାଇଥିବା ଜଣାପଡିଛି। ଏନେଇ ସ୍ଥାନୀୟ ସମିତିସଭ୍ୟ ପ୍ରମୋଦ ନାୟକ କୁହନ୍ତି ଯେ ପପୁଙ୍କ ବାପା ମରିଯିବା ପରେ ସେ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ପୁଅ ଥିଲେ। ସେ ଗରୀବ ହୋଇଥିବାରୁ ଶବ ସେଠାରୁ ଆଣିବା ତାଙ୍କ ପରିବାରର ପକ୍ଷେ ସମ୍ଭବ ହେଉନାହିଁ। ଜିଲାପାଳ ଏବଂ ଜିଲା ଶ୍ରମ ଅଧିକାରୀଙ୍କୁ ଏନେଇ ଦୃଷ୍ଟି ଆକର୍ଷଣ କରାଯାଇଛି।

Leave A Reply