ଗୋଟିଏ ଇନିଂସରେ ୪ଟି କ୍ୟାଚ୍: ଧାୱନ ୭ମ ଭାରତୀୟ ଫିଲ୍ଡର

0

ଦୁବାଇ : ଶୁକ୍ରବାର ଏଠାରେ ବାଂଲାଦେଶ ବିପକ୍ଷ ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଏକ ସୁପର ଫୋର୍‍ ମ୍ୟାଚ ଖେଳୁଥିବାବେଳେ ଶିଖର ଧାୱନ ଫିଲ୍ଡରଭାବେ ଚାରିଟି କ୍ୟାଚ ଧରି ସୁନିଲ ଗାଭାସ୍କର, ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡଙ୍କ ସହ ତାଲିକାରେ ନିଜକୁ ସାମିଲ କରିଛନ୍ତି। ଏହି ମ୍ୟାଚରେ ନଜମୁଲ ହୁସେନ ସାଣ୍ଟୋ, ସାକିବ ଅଲ ହାସାନ, ମେହେଦି ହାସାନ ଓ ମୁସ୍ତାଫିଜୁର ରେହମାନଙ୍କ କ୍ୟାଚ ଧରି ଧାୱନ ଏହି କୃତିତ୍ୱ ହାସଲ କରିଛନ୍ତି। ପୂର୍ବରୁ ସୁନିଲ ଗାଭାସ୍କର, ମହମ୍ମଦ ଆଜାରୁଦ୍ଦିନ, ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ମହମ୍ମଦ କୈଫ୍‍ ଓ ଭିଭିଏସ ଲକ୍ଷ୍ମଣ ଗୋଟିଏ ଇନିଂସରେ ୪ଟି କ୍ୟାଚ ଧରି ତାଲିକାରେ ସ୍ଥାନ ପାଇଛନ୍ତି।

Leave A Reply