୨ଲକ୍ଷ ଟଙ୍କାର ଶାଗୁଆନ ପଟା ଜବତ, ଜଣେ ଗିରଫ

0

ଧର୍ମଗଡ : କଳାହାଣ୍ଡି ଜିଲା ଧର୍ମଗଡ ବ୍ଳକ ଅନ୍ତର୍ଗତ ଟିପିଗୁଡା ଗାଁରୁ ପ୍ରାୟ ୨ଲକ୍ଷ ଟଙ୍କାର ଶାଗୁଆନ ପଟା ବନବିଭାଗ ଜବତ କରି ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଟିପିଗୁଡା ଗାଁର ଖୁଟୁଲୁ ମାଝିଙ୍କ ଘରେ ବିପୁଳ ପରିମାଣର ଶାଗୁଆନ ପଟା ଥିବାନେଇ ବନବିଭାଗକୁ ସୂଚନା ମିଳିଥିଲା। ଉତ୍ତର ବନଖଣ୍ଡ ଅଧିକାରୀ ନିତିଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ ବି.ଡି.ସ୍ୱାଇ, କେଗାଁ ରେଂଜର ହରେକୃଷ୍ଣ ଦୋରା, ଫରେଷ୍ଟର ରମେଶ ବାଗ, ସିତାରାମ ଶବର,ଶ୍ରୀମୂଖ ମେହେରଙ୍କ ସମେତ ମୋବାଇଲ ସ୍କ୍ୱାର୍ଡ ଖୁଟୁଲୁଙ୍କ ଘରେ ଅଚାନକ ଚଢ଼ଉ କରି କାଠ ପଟା ଜବତ କରିଥିଲେ। ବନବିଭାଗ ଏହି ମାମଲାରେ ଖୁଟୁଲୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ତେବେ କିଛି ଦିନ ପୂର୍ବର ଜନୈକ ଫରେଷ୍ଟ ଗାର୍ଡ ଖୁଟୁଲୁଙ୍କ ଘରକୁ ଆସି କୁଆଡେ ୨୦ହଜାର ଟଙ୍କା ମାଗିଥିଲେ। ଏବଂ ଏବାବଦକୁ ସେ ୭ହଜାର ଟଙ୍କା ମଧ୍ୟ ଦେଇଥିଲେ। ବାକି ଟଙ୍କା ଦେବାରେ ବିଳମ୍ବ ହେବାରୁ ଏପରି ଚଢ଼ଉ କରାଯାଇଛି ବୋଲି ଖୁଟୁଲୁ ଅଭିଯୋଗ କରିଥିଲେ।  ଏ ସମ୍ପର୍କରେ ଶ୍ରୀ ସ୍ୱାଇଙ୍କୁ ପଚାରିବାରୁ ଅଭିଯୋଗ ସମ୍ପର୍କରେ ତଦନ୍ତ କରି ସତ ହୋଇଥିଲେ ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

Leave A Reply