ଧାମରାରେ ହୋଡିଂ ଖୋଲିବାକୁ ଦଳ ନାଚାର

0

ଧାମରା : ନିର୍ବାଚନ ଆଚରଣ ବିଧି ଲାଗୁହେବା ପରେ ଧାମରାରୁ ହୋଡିଂ ଖୋଲିବାକୁ ନେଇ ପ୍ରଶାସନକୁ ନାକେଦମ ହେବାକୁ ପଡିଛି। ଧାମରା ଅଞ୍ଚଳ ଏକ ଅଧ୍ୟୁଷିତ ଅଞ୍ଚଳ ବୋଲି ସର୍ବସାଧାରଣରେ ଚର୍ଚ୍ଚା ଚାଲିଥିବା ବେଳେ କେବଳ ଧାମରା ବନ୍ଦରକୁ ନେଇ ରାଜନୈତିକ ଦଳ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦିତା ଲାଗି ରହିଛି। କିଏ ଜିତିବ ବା କିଏ ହାରିବ ସେ ନେଇ କିଛି ଫରକ ନଥିବା ବେଳେ ଧାମରା ବନ୍ଦର ମଧ୍ୟରେ ମୁନାଫା କମାଇବା ଏବଂ ନିଜର ପତିଆରା ଜାରୀ ରଖିବାକୁ ନେଇ ପ୍ରଶ୍ନ ଚାଲିଛି। ଧାମରା ବଜାର, କଇଥଖୋଲା, କରଞମାଳ, କରଣପଲ୍ଲୀ, ଦୋସିଙ୍ଗା ପଞ୍ଚାୟତରେ ବହୁ ସଂଖ୍ୟକ ରାଜନୈତିକ ନେତା ଏବଂ ବ୍ୟକ୍ତି ବିଶେଷଙ୍କ ହୋଡିଂ ଦେଖିବାକୁ ମିଳୁଛି। ଏହି ହୋଡିଂ ଲଗାଇବା ବେଳେ କୌଣସି ରାଜନୈତିକ ଦଳ ପୁଲିସ ପ୍ରଶାସନ କିମ୍ବା ଅନ୍ୟ ପ୍ରଶାସନର ଅନୁମତି ନ ନେଇ ରାସ୍ତା ଉପରେ ଏବଂ ରାସ୍ତା ପାର କରି ବହୁ ହୋଡିଂ ଲଗାଇଥିଲେ। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ରାଜରାସ୍ତାର ଦୁଇ ପାର୍ଶ୍ବରେ ରାଜନୈତିକ ଦଳର କୌଣସି ପ୍ରଚାର ହୋଡିଂ ରହି ପାରିବ ନାହିଁ ବୋଲି ନିର୍ବାଚନ କମିଶନର ଘୋଷଣା କରିବା ପରେ ମଧ୍ୟ କୌଣସି ରାଜନୈତିକ ଦଳ ନିଜର ଏହି ହୋଡିଂ ହଟାଇବାକୁ ନାରାଜ ରହିଛନ୍ତି। ଏହା ଫଳରେ ଧାମରା ଆର ଆଇ, ସୁପରଭାଇଜର ଧାମରା ଥାନା, ଧାମରା ମେରାଇନ ଥାନା , ବାଂଶଡା ଥାନା ଏବଂ କରଞମାଳ ଫାଣ୍ଡି ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ଏହି ହୋଡିଂ କାଢିବାକୁ ସେମାନଙ୍କୁ ସେମାନଙ୍କୁ ନିରପତା ଯୋଗାଇବାକୁ କହିଥିଲେ। ବୁଧବାର ଧାମରା ଥାନା ଅଧିକାରୀ ଶ୍ରୀକାନ୍ତ ପତି ଧାମରା ଆର ଆଇ ଏବଂ ସୁପର ଭାଇଜର ଲୋକ ଲଗାଇ ଏହି ହୋଡିଂ ସବୁ ହଟାଉଥିବା ଦେଖିବାକୁ ମିଳିଥିଲା। ସମସ୍ତ ରାଜନୈତିକ ଦଳ ହୋଡିଂ ଲଗାଇବା ବେଳେ ପ୍ରଶାସନ ପାଖରେ ଚୁକ୍ତିନାମା କରିବା ଦରକାର ବୋଲି ସର୍ବସାଧାରଣରେ  ଚାଲିଥିବା ବେଳେ ସରକାର ଏପରି ହୋଡିଂ ଲଗାଇବା ବେଳେ କୌଣସି ଚୁକ୍ତି କରୁ ନଥିବା ବେଳେ ପ୍ରଶାସନକୁ ଲୋକ ଲଗାଇ ଏହି ହୋଡିଂ କାଢିବାକୁ ନାକେଦମ ହେବାକୁ ପଡୁଛି ବୋଲି ସର୍ବସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଧାମରା ଆର ଆଇ ଏବଂ ସୁପରଭାଇଜର ସମସ୍ତ ରାଜନୈତିକ ଦଳକୁ ନିଜ ନିଜର ହୋଡିଂ କାଢିବାକୁ ଅନୁନୟ ବିନୟ ହେବା ପରେ କୌଣସି ସୁଫଳ ମିଳି ନଥିବା ବେଳେ ବାଧ୍ୟ ହୋଇ ପ୍ରଶାସନ ଏଭଳି କାର୍ଯ୍ୟ କରିବାକୁ ବାଧ୍ୟ ହୋଇଛି।

Leave A Reply