ଧାମରାରେ ମତ୍ସ୍ୟଜିବୀଙ୍କୁ ଜିବୀକା ନିର୍ବାହ କରିବାକୁ ମନା କଲେ ବନ୍ଦର କର୍ତ୍ତୁପକ୍ଷ

0

ଧାମରା : ଧାମରାରେ ଥିବା ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ରକୁ ଯାଇ ଜିବୀକା ନିର୍ବାହ କରିବାକୁ ବାରଣ କରୁଛନ୍ତି ବନ୍ଦର କର୍ତ୍ତୁପକ୍ଷ। ଏନେଇ ବନ୍ଦର କର୍ତ୍ତୁପକ୍ଷ ଚନ୍ଦନୀପାଳ ଠାରେ ମତ୍ସ୍ୟଜିବୀ ମାନଙ୍କୁ ନେଇ ଏକ ଆଲୋଚନା କରିଛନ୍ତି। ଏହି ଆଲୋଚନା ମାଧ୍ୟମରେ ବନ୍ଦର କର୍ତ୍ତୁପକ୍ଷ ଏହି ମତ୍ସ୍ୟଜିବୀ ମାନଙ୍କୁ ଧାମରାର ଉତ୍ତର ଦିଗକୁ ଯାଇ ମାଛ ଧରିବାକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି। ଫଳରେ ଆଗାମୀ ଦିନରେ ୫ହଜାର ମତ୍ସ୍ୟଜିବୀଙ୍କ ପରିବାର ଘୋର ଶଙ୍କଟ ମଧ୍ୟରେ ଗତି କରିବା ସହ ରାଜ୍ୟ ସରକାରଙ୍କ ବିଦେଶୀ ମୁଦ୍ରା ଆମଦାନୀ ମଧ୍ୟ ବନ୍ଦ ହୋଇଯିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ଧାମରାର ଦକ୍ଷିଣ ଦିଗରେ ଗହୀରମଥା ଅଭୟାରଣ୍ୟ, ଏଠାରେ ସୁଦୂର ଅଷ୍ଟ୍ରେଲିଆରୁ ଅଳିଭ ରିଡଲେ କଇଁଛ ଆସି ଅଣ୍ଡା ଦାନ କରିଥାନ୍ତି। ଅନ୍ୟ ପକ୍ଷରେ ଧାମରାରୁ ବାହାରିବାକୁ ହେଲେ ଉତ୍ତର ଦିଗ ଦେଇ ମତ୍ସ୍ୟଜିବୀ ମାନେ ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାତାୟତ କରିଥାନ୍ତି। ଏହି ଉତ୍ତର ଦିଗରେ ଧାମରା ବନ୍ଦରକୁ ପ୍ରତିଦିନ ଜାହାଜ କାରବାର ହେଉଥିବା ଦୃଷ୍ଟିରୁ ଏହି ପଥରେ ଏହି ମତ୍ସ୍ୟଜିବୀ ମାନଙ୍କୁ ଯାତାୟତ କରିବାକୁ ବନ୍ଦର କର୍ତ୍ତୁପକ୍ଷ ତାଗିଦ କରିଛନ୍ତି। ଏହା ଫଳରେ ଧାମରା ଅଞ୍ଚଳର ମତ୍ସ୍ୟଜିବୀ ଆଗାମୀ ଦିନରେ ନିଜର କୂଳ ବେଉଷା ଛାଡି ଦେବାକୁ ପରୋକ୍ଷରେ ଧମକ ଦିଆ ଯାଉଛି ବୋଲି ସଂଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୀର୍ଘ ୧୨ବର୍ଷ ମଧ୍ୟରେ ବନ୍ଦର କର୍ତ୍ତୁପକ୍ଷ ଏହି ମତ୍ସ୍ୟଜିବୀ ମାନଙ୍କ ପାଇଁ ଶୁଖୁଆ ଖଳା କରିଦେବା ସହ ସୋଲାର ମେସିନ ସାହାର୍ଯ୍ୟରେ ଶୁଖୁଆ ସୁଖାଇବା ଯନ୍ତ୍ର ଦେବେ ବୋଲି ଘୋଷଣା କରିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଏହା କେବଳ କଥାରେ ରହିଯାଇଛି ବୋଲି ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ବନ୍ଦର କର୍ତ୍ତୁପକ୍ଷ ସାଧାରଣ ମତ୍ସ୍ୟଜିବୀଙ୍କ ପାଇଁ ସାମାଜିକ ଦାୟିତ୍ୱ ଏବଂ ନ୍ୟାୟବୋଧ ବିଭାଗ ତରଫରୁ ଟଙ୍କାଟିଏ ଚର୍ଚ୍ଚ କରିବା ବଦଳରେ ସେମାନଙ୍କ ଜୀବନ ଜିବୀକା ବନ୍ଦ କରିବାକୁ ପ୍ରବର୍ତାଉଛନ୍ତି ବୋଲି ସଂଘ ତରଫରୁ ମତ ପ୍ରକାଶ ପାଇଛି। ଧାମରା ବନ୍ଦର ତରଫରୁ ଚନ୍ଦନୀପାଳଠାରେ ହୋଇଥିବା ଏହି ଆଲୋଚନାରେ ବଳରାମ ମାଝୀ, ଅଶୋକ ଗିରି ସମେତ ଶତାଧିକ ମତ୍ସ୍ୟଜିବୀ ଯୋଗ ଦେଇଥିବା ବେଳେ ଆଗାମୀ ଦିନରେ ଏହି ମତ୍ସ୍ୟଜିବୀ ସଂଘ ନିଜର ଭିଟାମାଟି ସହ ଜୀବନ ଜିବିକା ପ୍ରତି ଆଞ୍ଚ ଆଣୁଥିବା ବନ୍ଦର କର୍ତ୍ତୁପକ୍ଷଙ୍କ ସହ କୌଣସି ଆଲୋଚନାରେ ଭାଗ ନେବେ ନାହିଁ ଏବଂ ବନ୍ଦର କର୍ତ୍ତୁପକ୍ଷ ସେମାନଙ୍କ ମନୋଭାବରେ ପରିବର୍ତ୍ତନ ଆଣିବା ସହ ସେମାନଙ୍କ ସହ ମିଳିତ ଭାବରେ ହାତକୁ ହାତ ମିଳାଉ ବୋଲି ସଂଘ ପକ୍ଷରୁ ମତ ପ୍ରକାଶ ପାଇଛି। ନଚେତ ସଂଘ ଧାମରା ବନ୍ଦର ବିରୁଦ୍ଧରେ ମଧ୍ୟ ଯୁଦ୍ଧଂ ଦେହି ଡାକରା ଦେବାକୁ ପଛାଇବେ ନାହିଁ।

Leave A Reply