ପଶ୍ଚିମବଙ୍ଗ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ ଉପନିର୍ବାଚନ କମିଶନର

0

କୋଲକାତା: ଉପନିର୍ବାଚନ କମିଶନର ସୁଦୀପ ଜୈନ ଶନିବାର କୋଲକାତାରେ ପଶ୍ଚିମବଙ୍ଗ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନିର୍ବାଚନ କମିଶନ ଦଳ ରାଜ୍ୟ ମୁଖ୍ୟସଚିବ ଓ ଘରୋଇ ସଚିବଙ୍କୁ ଭେଟି ନିର୍ବାଚନ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିଛନ୍ତି। ପୂର୍ବରୁ ଉପନିର୍ବାଚନ କମିଶନର ରାଜନୈତିକ ଦଳଗୁଡିକର ପ୍ରତିନିଧିମାନଙ୍କୁ ଭେଟିଥିଲେ। ରାଜ୍ୟର ଅଧିକାଂଶ ବିରୋଧୀଦଳ ସମସ୍ତ ଭୋଟଗ୍ରହଣ କେନ୍ଦ୍ରରେ କେନ୍ଦ୍ରୀୟ ବାହିନୀ ଯବାନମାନଙ୍କୁ ମୁତୟନ କରାଯିବାକୁ ଦାବି କରିଛନ୍ତି। ସମଗ୍ର ରାଜ୍ୟକୁ ଅତି ସମ୍ବେଦନଶୀଳ ଘୋଷଣା କରିବାକୁ ବିଜେପି ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଥିବାବେଳେ ରାଜ୍ୟରେ ସୁଚାରୁରୂପେ ନିର୍ବାଚନ ସମ୍ପନ୍ନ ପାଇଁ ଅନୁକୁତ ବାତାବରଣ ଥିବା ତୃଣମୂଳ କଂଗ୍ରେସ ନିର୍ବାଚନ କମିଶନଙ୍କୁ କହିଛି। ଇତି ମଧ୍ୟରେ କେନ୍ଦ୍ରୀୟ ସୁରକ୍ଷା ବଳ ରାଜ୍ୟର ସମ୍ବେଦନଶୀଳ ସ୍ଥାନଗୁଡିକରେ ମାର୍ଚ୍ଚ ଆରମ୍ଭ କରିଥିଲା ବେଳେ, କେନ୍ଦ୍ରୀୟ ଅର୍ଦ୍ଧ ସୈନିକ ବଳର ୧୦ କମ୍ପାନୀ ରାଜ୍ୟରେ ପହଞ୍ଚିଛନ୍ତି।

Leave A Reply