ଜାଣନ୍ତୁ ଅବସାଦର କାରଣ ସମ୍ପର୍କରେ….

0

ଏକ ସର୍ବେକ୍ଷଣରୁ ପ୍ରକାଶ ଯେ ବର୍ତ୍ତମାନ ସ୍ଥିତିରେ ବ୍ୟବସାୟୀଙ୍କ ତୁଳନାରେ ଚାକିରିଆଙ୍କ ସଂଖ୍ୟା ବଢ଼ିଛି। ତେବେ ଚାକିରି କରୁଥିବା ଲୋକେ ଅଧିକ ପରିମାଣରେ ଅବସାଦର ଶିକାର ହେଉଥିବାର ତଥ୍ୟରୁ ପ୍ରକାଶ। ନ୍ୟୁଜିଲାଣ୍ଡର ବିଶେଷଜ୍ଞ ଦଳ ବିଭିନ୍ନ କ୍ଷେତ୍ରର ଚାକିରିଆଙ୍କୁ ସାମିଲ କରି ଏକ ଗବେଷଣା କରିଥିଲେ।

ଏଥିରେ ବିଶ୍ବର ୯ଟି ରାଷ୍ଟ୍ରର ୫୫ଲକ୍ଷ ଲୋକେ ସାମିଲ ହୋଇଥିଲେ। ଟେଲିକମ୍ ସେକ୍ଟରରେ ଚାକିରି କରୁଥିବା ଲୋକେ ସବୁଠୁ ଅଧିକ ଅବସାଦରେ ଆକ୍ରାନ୍ତ। କାରଣ ଏମାନଙ୍କ ଉପରେ ଦିନରାତି ୨୪ଘଣ୍ଟା କାମର ଚାପ ଥାଏ। ମିଳିଥିବା ତଥ୍ୟ ଅନୁସାରେ ଆମେରିକାରେ ଟେଲିକମ୍ କ୍ଷେତ୍ରରେ ଚାକିରି କରିଥିବା ଅଧିକାଂଶ ପୁରୁଷଙ୍କ ବିବାହ ବିଚ୍ଛେଦ ହୋଇଛି। ଏହା ପଛର ମୁଖ୍ୟ କାରଣ ହେଉଛି ସେମାନେ ପରିବାରକୁ ସମୟ ଦେଇପାରନ୍ତିନାହିଁ। ଅନବରତ କାମ ପାଇଁ ସେମାନେ ଫୋନରେ ବାର୍ତ୍ତାଳାପ କରିଥାନ୍ତି, ଯାହା ହିଁ ଘରେ କଳିର ମୁଖ୍ୟ କାରଣ।


ଚିକିତ୍ସାଳୟରେ କାମ କରୁଥିବା ସେବିକାଙ୍କ ଅବସ୍ଥା ମଧ୍ୟ ସମାନ। ପାଶ୍ଚାତ୍ୟ ରାଷ୍ଟ୍ରରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ(ସେବିକା ଭାବରେ) କାମ କରୁଥିବା ମହିଳାମାନେ ୪୫% ଅବସାଦରେ ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ଅଧିକାଂଶ ନିଜ କାମରେ ଆତ୍ମସନ୍ତୋଷ ପାଉନଥିବାର ଅଭିଯୋଗ କରିଛନ୍ତି। ବ୍ରିଟେନରେ ଗତ ୯ ବର୍ଷ ମଧ୍ୟରେ ୮୦ଜଣ ସେବିକା ଅବସାଦରେ ଆତ୍ମହତ୍ୟା କରିଛନ୍ତି।

ଲେଖାଲେଖି କରୁଥିବା ଲୋକେ ନିଜ ଭାବନା ରାଇଜରେ ବୁଡ଼ ରହିବାକୁ ପସନ୍ଦ କରନ୍ତି। ଏହା କାରଣରୁ ପରବର୍ତ୍ତୀ ସମୟରେ ସେମାନେ ଅବସାଦରେ ଆକ୍ରାନ୍ତ ହୁଅନ୍ତି।

ବସ୍ ଚାଳକ, କାର୍ ଚାଳକ ଅବା ପାଇଲଟ୍, ଏମାନେ ନିଜ କାମକୁ ବେଶ୍ ସତର୍କତାର ସହ ତୁଲାଇବାକୁ ଚେଷ୍ଟା କରନ୍ତି। କାରଣ ସାମାନ୍ୟ ଅସାବଧାନତାରେ ଅନ୍ୟ କାହାର ପ୍ରାଣହାନି ହେବାର ଆଶଙ୍କା ଅଛି। ଏଣୁ ଏହି ବଗର ଲୋକେ ମଧ୍ୟ ଅବସାଦଗ୍ରସ୍ତରେ ଆକ୍ରାନ୍ତ ହୋଇଥାନ୍ତି।

Leave A Reply