ଡେଙ୍ଗୁରୁ ରକ୍ଷାପାଇବା ପାଇଁ ପାଞ୍ଚୋଟି ଘରୋଇ ଉପଚାର

0

ନୂଆଦିଲ୍ଲୀ : ମଶା ଜନିତ ରୋଗ ‘ଡେଙ୍ଗୁ’ର ପାଦୁର୍ଭାବ ଓ ବିତ୍ପାତରେ ଅନେକ ବିକାଶାୀଳ ରାଷ୍ଟ୍ର ଏବେ ବି ଚିନ୍ତାରେ ଅଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ପ୍ରତିବର୍ଷ ୩୯୦ ନିୟୁତ ରୋଗୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥାନ୍ତି। ସେହିଭଳି ଭାରତରେ ମଧ୍ୟ ଡେଙ୍ଗୁର ପାଦୁର୍ଭାବ ଦେଖିବାକୁ ମିଳୁଛି। ଜାତୀୟ ରାଜଧାନୀ ଦିଲ୍ଲୀଠାରେ କେବଳ ୨୦୧୪-୧୫ ବର୍ଷରେ ୧୮୦୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଏଥିରୁ ଅନୁମାନ କରିହୁଏ ଯେ ଏହା କେତେ ଭୟାବହ। ତେବେ ଘରୋଇ ଉପଚାର ଦ୍ୱାରା ଡେଙ୍ଗୁ ଭଳି ମାରାତ୍ମକ ରୋଗରୁ ମୁକ୍ତି ମିଳିପାରିବ। ଆସନ୍ତୁ ଜାଣିବା ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ପାଞ୍ଚୋଟି ଘରୋଇ ଉପଚାର।
 ଲାଭେଣ୍ଡର ତେଲ ୧୦ ବୁନ୍ଦା, ଭାନିଲା ତେଲ ୩-୪ ଚାମଚ, ଲେମ୍ବୁ ରସ ୨-୪ ଚାମଚ, ପାଣି ୧-୨ କପ ସମସ୍ତ ଜିନିଷକୁ ଭଲଭାବରେ ମିଶାଇ ହାତ ଓ ଗୋଡରେ ଲଗାଇ ରାତିରେ ଶୁଅନ୍ତୁ।
 ଚାହା ତେଲ ୧୦-୧୫ ବୁନ୍ଦା, ନଡିଆ ତେଲ ୩୦ ମିଲିଗ୍ରାମ ମିଶାଇ ଦିନକୁ ୨-୩ ଥର ଦେହରେ ଲଗାନ୍ତୁ।
 ନଡିଆ ତେଲ ୨୫-୩୦ ମିଲିଗ୍ରାମ, ନିମ ତେଲ ୧୦-୧୨ ବୁନ୍ଦା ମିଶାଇ ଦିନକୁ ଦୁଇଥର ଲଗାନ୍ତୁ।
 ନଡିଆ ତେଲ ୨୫-୩୦ ମିଲିଗ୍ରାମ, ପିପରିଣ୍ଟ ତେଲ ୧୫ ବୁନ୍ଦା ଭଲଭାବରେ ମିଶାଇ୨-୩ ଥର ଘର ବାହାରକୁ ଯିବା ପୂର୍ବରୁ ଲଗାନ୍ତୁ।
 ଭୋଡକା ଦୁଇ ଚାମଚ, ଆଲମଣ୍ଡ ତେଲ ୨ ଚାମଚ ଏବଂ ଅନ୍ୟ କୌଣସି ତେଲ ମିଶ୍ରଣ କରି ଦିନକୁ ଥରେ କିମ୍ବା ଦୁଇଥର ଲଗାନ୍ତୁ।

Leave A Reply