ବାଳ ଅପରାଧୀଙ୍କର ଥଇଥାନ ଆବଶ୍ୟକ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

0

କଟକ: କଟକରେ ଆୟୋଜିତ ଜୁଡିସିଆଲ ଏକାଡେମୀର ରାଜ୍ୟସ୍ତରୀୟ ସମ୍ମିଳନୀ ‘ଜୁଭେନାଇଲ ଜଷ୍ଟିସ୍: ଇସ୍ୟୁ ଆଣ୍ଡ ଚ୍ୟାଲେଞ୍ଜ’ ଆଲୋଚନା ଚକ୍ରରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଯୋଗ ଦେଇଛନ୍ତି । ବାଳ ଅପରାଧୀଙ୍କୁ ଥଇଥାନ ଓ ନିଯୁକ୍ତି ବର୍ତ୍ତମାନ ମୁଖ୍ୟ ପ୍ରସଙ୍ଗ, ଏହାଦ୍ୱାରା ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ବୋଲେ ଜଷ୍ଟିସ ମିଶ୍ର ସୂଚନା ଦେଇଛନ୍ତି । ସେମାନଙ୍କୁ ନିଯୁକ୍ତି ଦିଆଗଲେ ସେମାନଙ୍କର ଆତ୍ମବିଶ୍ୱାସ ବଢ଼ିବା ସହ ଅପରାଧିକ କାର୍ଯ୍ୟକଳାପରୁ ନିବୃତ୍ତ ରହିବେ ବୋଲି ନିଜ ଅଭିଭାଷଣରେ ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି । ଏହି ଅବସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନୀତ ସରନ ମଧ୍ୟ ଉପସ୍ଥିତ ଥିଲେ ।ଏଥିରେ ଜଷ୍ଟିସ ସଂଜୁ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ।

Leave A Reply