ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

0

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଚମ୍ପି ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ମୁତାବକ, ଚମ୍ପି ଗ୍ରାମରେ ହନୁମାନ ମନ୍ଦିର ନିକଟରେ ଏକ ଘର ନିର୍ମାଣ ପାଇଁ ଆମ ଗାଁ ଆମ ବିକାଶ ଯୋଜନାରେ ଅର୍ଥ ଆସିଥିଲା। ଘର ନିର୍ମାଣ କାର୍ଯ୍ୟ ସରିବା ପରେ ଟିଣ ଛପର କରାଯାଉଥିଲା। ଏହିକାର୍ଯ୍ୟରେ ପ୍ରାୟ ୭ଜଣ ନିୟୋଜିତ ହୋଇଥିଲେ। ଚମ୍ପିର ସୁକାନ୍ତ ନାଏକ ନାମକ ଯୁବକ ମଧ୍ୟ ଉପରେ ଯାଇ କାମ କରୁଥିଲେ। ତେବେ ଘର ଉପରେ ଯାଇଥିବା ବିଦ୍ୟୁତ ତାର ସସ୍ପର୍ଶରେ ଆସି ସୁକାନ୍ତ ଟିଣ ଉପରେ ପଡ଼ି ଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ସଙ୍ଗେସଙ୍ଗେ  ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ତେବେ ଡାକ୍ତର ଦେଖିବା ପରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା କହିଥିଲେ। ମୃତ ଯୁବକ ସୁକାନ୍ତ ବିବାହିତ ତାଙ୍କର ୨ମାସର ଝିଅ ଟିଏ ଥିବା ସହିତ ବିଧବା ପତ୍ନୀ ଓ ବାପା ମା’ ଅଛନ୍ତି। ପରିବାରର ସେ ରୋଜଗାର କ୍ଷମ ବ୍ୟକ୍ତି ଥିଲେ। ତେଣୁ ତାଙ୍କର ମୃତ୍ୟୁ ପରେ ସରକାରୀ ସହାୟତା ପାଇଁ ଦାବି ହୋଇଛି। ରାତି ହୋଇ ଯାଇଥିବା କାରଣରୁ ଶବ ବ୍ୟବଛେଦ ହୋଇ ପାରି ନାହିଁ।

Leave A Reply