ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ

0

କାମାକ୍ଷାନଗର : ଢେଙ୍କାନାଳ ଜିଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର କଦଳୀପାଳ ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ଗୌରଙ୍ଗ ପଲେଇ (୬୦)। ବୁଧବାର ସକାଳେ ସେ ତାଙ୍କ ଘର ପଛ ପଟକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ଯାଇଥିଲେ। ଫଳରେ ହାତୀଟି ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବଣୁଆ ହାତୀମାନେ ବାରମ୍ବାର ସେହି ଅଞ୍ଚଳରେ ଉତ୍ପାତ କରୁଛନ୍ତି। ଏ ସମ୍ପର୍କରେ ବନ ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରୁଥିଲେ। ଏହାର ପ୍ରତିବାଦରେ ଗ୍ରାମବାସୀମାନେ ଭାଲୁମୁଣ୍ଡା-ସାନ୍ଦା ରାସ୍ତା ଅବରୋଧ କରିଥିବା ଜଣାପଡିଛି।

 

 

Leave A Reply