ଗୋବିନ୍ଦପୁର-କଟକ ରାସ୍ତା ଅବରୋଧ

0

କଟକ: ଜଣେ ଯୁବକଙ୍କ ହତ୍ୟାକାଣ୍ଡକୁ ନେଇ କଟକ ଜିଲ୍ଲା ଗୋବିନ୍ଦପୁର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଗତକାଲି ରାତିରେ ଗୋବିନ୍ଦପୁର ଥାନା ଅନ୍ତର୍ଗତ କଜଳପୁର ଗାଁର ଯୁବକ କାନ୍ଦୁରା ଭୋଇଙ୍କୁ କେହି ଦୁର୍ବୃତ୍ତ ଘରୁ ଡାକି ନେଇ ହତ୍ୟା କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତଲୋକେ ଗୋବିନ୍ଦପୁର-କଟକ ରାସ୍ତାକୁ ଅବରୋଧ କରିଥିଲେ।  ଘଟଣାସ୍ଥଳରେ ଲୋକଙ୍କୁ ବୁଝାସୁଝା କରିବାକୁ ପୁଲିସ ପହଞ୍ଚିଥିଲା । ଉତ୍ତ୍ୟକ୍ତଲୋକେ ପୁଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ।

Leave A Reply