ଗାଁ ମୁଣ୍ଡରୁ ଯୁବକଙ୍କ ମୃତ ଦେହ ଜବତ

0

ବଲାଙ୍ଗୀର: ବଲାଙ୍ଗୀରର ଲୋଇସିଂହା ଥାନା ଅନ୍ତର୍ଗତ ନଅଗାଁ ଖ ରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା । ମୃତ ବ୍ୟକ୍ତିଙ୍କ ନାମ ହେଉଛି ତୋଷରାଜ ସାହୁ(୩୮) । ସେ ସୋନପୁରରେ ଠିକାଦାର ଭାବେ କାର୍ଯ୍ୟ କରୁଥିଲେ । ଗୁରୁବାର ଦିନ ସେ ନିଜ ଗାଁ କୁ ଆସିଥିଲେ ଓ ସନ୍ଧ୍ୟା ସମୟରେ ଗାଁ ମୁଣ୍ଡକୁ ଯାଇଥିଲେ । ରାତିରେ ସେ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ଆଜି ସକାଳୁ ନଅଗାଁ ଖ ପଞ୍ଚାୟତ ଠାରୁ ପ୍ରାୟ ୨୦୦ମିଟର ଦୂରରେ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହ ଉଲଗ୍ନ ଅବସ୍ଥାରେ ପଡ଼ିଥିବାର ସ୍ଥାନୀୟ ଲୋକ ଦେଖିବା ପରେ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply