ଡାକ୍ତରଖାନା ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ବାଲେଶ୍ୱର : ବାଲେଶ୍ୱର ସୁନହାଟ ଡାକ୍ତରଖାନା ପରିସରରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାମ ଏସ୍‍.କେ ଆସିରୁଦ୍ଦିନ।

ସୂଚନା ଅନୁସାରେ, ସେ ଡାକ୍ତରଖାନା ପଛ ପାଖ ବସ୍ତିରେ ରହୁଥିବା ବେଳେ ଜଣେ ଡ୍ରାଇଭର୍‍ ଭାବେ କାମ କରୁଥିଲେ। ତାଙ୍କୁ କେହି ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗରେ ସ୍ଥାନୀୟ ଲୋକେ ଡାକ୍ତରଖାନା ନିକଟ ରାସ୍ତା ଅବରୋଧ କରିଛନ୍ତି। ଟାଉନଥାନା ପୁଲିସ ଘଟଣାସ୍ଥଳରେ ତଦନ୍ତ ଚଳାଇଛି।

Leave A Reply