ବିଜେପି ନେତା ପୁଅଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

0

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ନଗର ବିଜେପି ଉପସଭାପତିଙ୍କ ପୁଅ ଅଜୟ ସୁନାନୀ (୨୩)ଙ୍କୁ କେହି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଶୁକ୍ରବାର ସକାଳୁ ତାଙ୍କ ମୃତଦେହ ସ୍ଥାନୀୟ ହିଲ ଟାଉନର ୭ ନମ୍ବର ଲେନର ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର କରାଯାଇଛି । କେହି ଦୁର୍ବୃତ୍ତ ଭୁଜାଲିରେ ତାଙ୍କ ମୁଣ୍ଡକୁ ହାଣି ହତ୍ୟା କରି ଫିଙ୍ଗି ଦେଇଥିବା ପାରିପାର୍ଶ୍ବିକ ପରିସ୍ଥିତିରୁ ସନ୍ଦେହ କରାଯାଉଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ରାଜନୌତିକ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି ।

ସୂଚନା ଯୋଗ୍ୟ, ମୃତ ଅଜୟ ଏକ ଅନ୍ ଲାଇନ୍ କୋରିୟର ଭାବେ କାର୍ଯ୍ୟ କରନ୍ତି । ଗତକାଲି ରାତିରେ ଏକ ପାର୍ସଲ ଦେବା ପାଇଁ ସେ ହିଲଟାଉନ୍‌ର ୭ ନମ୍ବର ଲେନ୍‌କୁ ଯାଇଥିଲେ । ବହୁତ ସମୟ ପରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ଏନେଇ ପରିବାରଲୋକ ଥାନାରେ ନିଖୋଜ ଅଭିଯୋଗ ମଧ୍ୟ କରିଥିଲେ ।

Leave A Reply