କନ୍ୟାଶ୍ରମରେ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା

0

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାରିପଦା ରାସଗୋବିନ୍ଦପୁରର ମଣଦା କନ୍ୟାଶ୍ରମରେ ମଙ୍ଗଳବାର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । କନ୍ୟାଶ୍ରମରେ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବା ତାଙ୍କୁ କେହି ହତ୍ୟା କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ସଜାଗ ରହିଛି ।

Leave A Reply