ରେଳ ଧାରଣାରୁ ଯୁବତୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

0

ଖୋର୍ଦ୍ଧା : ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଚଣ୍ଡିଆପଲା-ବାଘମାରୀ ମଧ୍ୟରେ ଜଣେ ଅଜଣା ଯୁବତୀଙ୍କ ମୃତଦେହ ଦେଖିବାକୁ ମିଳିଛି। ରେଳ ଧାରଣାରେ ଯୁବତୀଙ୍କ କ୍ଷତବିକ୍ଷତ ମୃତଦେହ ପଡିଛି। ସକାଳ ପ୍ରାୟ ୬.୩୦ମିନିଟ​‌ରେ ସ୍ଥାନୀୟ ଲୋକ ଯୁବତୀଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଯୁବତୀ ଜଣକ କିଏ ତାହା ସ୍ପଷ୍ଟ ହୋଇନାହିଁ। ତାଙ୍କର ମୃତ୍ୟୁ କିପରି ତାହା ଜଣାପଡି ନାହିଁ।

 

Leave A Reply