ରେଳ ଧାରଣାରେ ଯୁବକଙ୍କ ମୃତଦେହ

0

ବାରଙ୍ଗ : ସ୍ଥାନୀୟ ପୁରୀ କେନାଲ ରେଳ ପୋଲ ଧାରଣା ଉପରେ ସୋମବାର ସକାଳେ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରେଳ ଧାରଣା ଉପରେ ମୃତଦେହ ପଡ଼ିଥିବା ଘଟଣା ବିଷୟରେ ସ୍ଥାନୀୟ ଲୋକେ ୯ଟା ପରେ ଜାଣିଥିଲେ। ରେଳଗାଡ଼ି ସହ ଧକ୍କା ହେବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଅନୁମାନ କରାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ଖବର ପାଇ ଜିଆରପି ଘଟଣାସ୍ଥଳରେ ପହଞ୍ଚି ଥିବା ଜଣାପଡ଼ିଛି।

Leave A Reply