ନିଖୋଜ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

0

କନ୍ଧମାଳ: ରବିବାର ସକାଳେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ବଡିଗୁଡା ଜଙ୍ଗଲ ମଧ୍ୟରେ ଦେଖିବାକୁ ମିଳିଛି। ମୃତକ ଜଣଙ୍କ ହେଉଛନ୍ତି ରାଇଖୋଲର କଣ୍ଠୋ୍‍ବର ଯାନିଙ୍କ ପୁଅ ମଦନ ଯାନି(୫୦)। ଗତ ୧୦ ତାରିଖରୁ ସେ କେଉଁ ଆଡେ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଚାରିଆଡେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳି ପାରି ନ ଥିଲା। ଆଜି ଭୋର ୪.୩୦ଟା ସମୟରେ ତାଙ୍କ ଭାଇ ବିକ୍ରମ ଯାନି ବଡିଗୁଡା ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ମଦନ ଯାନିଙ୍କର ଶବ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଛାନଭିନ ଜାରି ରଖିଛି।

Leave A Reply