ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

0

ବରଗଡ଼: ଘରଠାରୁ ମାତ୍ର ୧୦୦ ମିଟର ଦୂରରୁ ମିଳିଲା ଯୁବକଙ୍କ ମୃତଦେହ । ମୃତ ଯୁବକ ଜଣଙ୍କ ବରଗଡ଼ ସହର ଉପକଣ୍ଠସ୍ଥ  ଟାଉନ୍‌ ଥାନା ଅନ୍ତର୍ଗତ ଡାଙ୍ଗ ନଦୀପଡ଼ା ଗାଁର କାହ୍ନୁ ମେହେର(୨୬) । ପାରିପାର୍ଶିକ ପରିସ୍ଥିତରୁ ଏହା ଏକ ହତ୍ୟାକାଣ୍ଡା ବୋଲି ସନ୍ଦେହ କରାଯାଉଛି । କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ମୃତ କାହ୍ନୁ ବେକରେ ବେକକୁ କେହି ଟାଙ୍ଗିଆ ଚୋଟ ଥିବା ବେଳେ ମୁହଁକୁ ମଧ୍ୟ ଛେଚି ଦେଇଥିବା  ଦେଖିବାକୁ ମିଳିଛି ।  ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କାହ୍ନୁ ପେସାରେ ଜଣେ ରିକ୍ସା ଚାଳକ ବୋଲି ଜଣାପଡିଛି । ଗତକାଲି ରାତିରୁ ଘରୁ ନିଖୋଜ ଥିଲା।

Leave A Reply