ଟ୍ରେନ ପାଇଖାନାରେ ମହିଳାଙ୍କ ମୁଣ୍ଡ ବିହୀନ ଶବ, ଡେଲାଙ୍ଗରୁ ମିଳିଲା ମୁଣ୍ଡ

0

ପୁରୀ: ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନ୍‍ ପାଇଖାନାରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ଶବ ଉଦ୍ଧାର କରାଯାଇଛି। ସେହିପରି ଡେଲାଙ୍ଗ ଥାନା ଗାନ୍ଧିଛକ ସ୍ଥିତ ରେଳ ଫାଟକ ନିକଟରେ ଜଣେ ମହିଳାଙ୍କ କଟାମୁଣ୍ଡ ପଡ଼ିଥିବା ଦେଖିବାକୁ ମିଳିଛି। ତେଣୁ କଟାମୁଣ୍ଡ ଓ ଶରୀର ଜଣେ ମହିଳାଙ୍କ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। କଟା ମୁଣ୍ଡ ନିକଟରେ ଏକ କଳା ଜରି ଓ ଲାଲ୍‍ ବ୍ୟାଗ୍‍ ପଡ଼ିଥିବା ଦେଖିବାକୁ ମିଳିଛି। ଜରି ଓ ବ୍ୟାଗରେ ରକ୍ତ ଦାଗ ରହିଛି। ସେହିପରି ମୁଣ୍ଡ ବିହୀନ ଶରୀରର ପାରିପାଶ୍ୱିର୍କ ଅବସ୍ଥାରୁ ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ହତ୍ୟା କରିବା ପରେ କଟା ମୁଣ୍ଡ ଓ ଶରୀରକୁ ଫୋଫାଡ଼ି ଦିଆଯାଇଥିବା କୁହାଯାଉଛି। ଟ୍ରେନ୍‍ ସଫେଇ କର୍ମଚାରୀ ମୁଣ୍ଡ ବିହୀନ ଶବ ବିଷୟରେ ରେଳବାଇ ପୁଲିସ୍‍କୁ ସୂଚନା ଦେଇଥିଲେ। ଏହି ଦୁଇ ଘଟଣାରେ ରେଳବାଇ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply