ବିଦ୍ୟୁତ ଆଘାତରେ ଯୁବକ ମୃତ

0

କାମାକ୍ଷାନଗର : କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ତୁମୁସିଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଶ୍ରୀକାନ୍ତ ବେହେରା (୨୮)। ସୂଚନା ଅନୁଯାୟୀ, ଘର କାର୍ଯ୍ୟରେ ବ୍ୟବହୃତ ହେଉଥିବା ଲୁହାରଡ଼ରେ କୌଣସି କାମ କରୁଥିବା ସମୟରେ ଅସାବଧାନତା କାରଣରୁ ଲୁହାରଡ଼ ସହ ବିଦ୍ୟୁତ ତାର ଲାଗିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଗୁରୁତର ହୋଇଥିବା ଅନ୍ୟ ଦୁଇ ଜଣଙ୍କୁ ଢେଙ୍କାନାଳ ଜିଲା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

Leave A Reply