ବିଦ୍ୟୁତ ଆଘାତରେ ଜଣେ ମୃତ

0

ଯାଜପୁର : ବିଦ୍ୟୁତ ଆଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏପରି ଘଟଣା ଯାଜପୁର ଜିଲା କୋରେଇ ଥାନା ତୁଳତୀ ପଞ୍ଚାୟତ ରେହେମାନପୁର ଗ୍ରାମରେ ଘଟିଛି। ମୃତକ ହେଉଛନ୍ତି ଉରେହେମାନପୁର ଗ୍ରାମର ରବି ମଲ୍ଲିକ (୪୮)।

ସୂଚନାଯୋଗ୍ୟ ଯେ, ରବି ଶୁକ୍ରବାର ସକାଳେ ବିଲରେ କଟା ହୋଇ ରହିଥିବା ଧାନକୁ ବିଡା ବାନ୍ଧିବାକୁ ଯାଇଥିଲେ। ବିଲରେ ଛିଣ୍ଡି ପଡିଥିବା ୧୧କେଭି ବିଦ୍ୟୁତ ତାର ବିଷୟରେ ରବି ଜାଣି ପାରିନଥିଲେ। ଅସାବଧାନତା ବଶତଃ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ବିଲକୁ ଯାଇଥିବା ଅନ୍ୟ ଲୋକମାନେ ରବିଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ରବିଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply