କାନ୍ଥ ଭୁଶୁଡ଼ି ଜଣେ ମୃତ , ୨ ଗୁରୁତର

0

ସମ୍ବଲପୁର : ସମ୍ବଲପୁର ଅଇଁଣ୍ଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଘରର ମାଟି କାନ୍ଥ ଭୁଷୁଡ଼ିପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଭାଲୁପାଲି ଗ୍ରାମରେ ଥିବା ଏକ ଘରର ମାଟି କାନ୍ଥ ଭୁଷୁଡ଼ି ପଡ଼ିଥିଲା। ଫଳରେ କାନ୍ଥ ତଳେ ୩ ଜଣ ବ୍ୟକ୍ତି ଚାପି ହୋଇ ଯାଇଥିଲେ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

Leave A Reply