୨.୫ ଲକ୍ଷ ନିଟ୍‍ ପରୀକ୍ଷାର୍ଥୀଙ୍କ ତଥ୍ୟ ଚୋରି!

0

ନୂଆଦିଲ୍ଲୀ:୨୦୧୮ ନିଟ୍‍ ପରୀକ୍ଷା ଦେଇଥିବା ୨ ଲକ୍ଷ ୫୦ ହଜାର ପରୀକ୍ଷାର୍ଥୀଙ୍କ ତଥ୍ୟ ଚୋରି କରି ନେଇଥିବା ଏକ ୱେବ୍‍ସାଇଟ୍‍ ଦାବି କରିଛି। ୱେବ୍‍ସାଇଟ୍‍ରେ ପରୀକ୍ଷାର୍ଥୀଙ୍କ ନାମ, ରୋଲ୍‍ ନଂ, ର୍ୟାଙ୍କ ଓ ମୋବାଇଲ୍‍ ନଂ ଉଲ୍ଲେଖ ରହିଛି। ସିବିଏସ୍‍ଇ ଦ୍ୱାରା ପରିଚାଳିତ ଡାକ୍ତରୀ ପାଠ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ଏହି ପ୍ରବେଶିକା ପରୀକ୍ଷାରେ ଚଳିତ ବର୍ଷ ୧.୮ ନିୟୁତ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଥିଲେ। କୋଚିଂ ପ୍ରଦାନ କରୁଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ଏଭଳି ତଥ୍ୟର ଆବଶ୍ୟକ କରୁଥିବା ବେଳେ ହ୍ୟାକରମାନେ ସେହି ତଥ୍ୟକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି। ଏଥିପାଇଁ କେତେକ ସଂସ୍ଥା ରିହାତି ମଧ୍ୟ ଦେଉଥିବା ଜଣାପଡ଼ିଛି।

Leave A Reply