ଦାନ ଦେବା ଏକ ମହତ୍ତ୍ୱ କାର୍ଯ୍ୟ; ମାତ୍ର କେଉଁ ଦ୍ରବ୍ୟ ଦାନ କଲେ କ୍ଷତି ଘଟେ ଆସନ୍ତୁ ଜାଣିବା

0

ଶାସ୍ତ୍ରରେ କୁହାଯାଇଛି ଯେ ଦାନ କଲେ ପୂଣ୍ୟ ମିଳେ। ଭଗବାନଙ୍କ ଆର୍ଶୀବାଦ ଲାଭ ହୁଏ ଓ ସମସ୍ୟା ମଧ୍ୟ ଦୂର ହୋଇଥାଏ। ପାପ କ୍ଷୟ ମଧ୍ୟ ହୋଇଥାଏ। ମାତ୍ର ଏପରି ବହୁ ଦ୍ରବ୍ୟ ଅଛି ଯାହାକୁ ଦାନ କରିବା ଫଳରେ ଆମର କ୍ଷତି ଘଟିବା ସହ ଧନ ହାନି ହୋଇଥାଏ। ଆସନ୍ତୁ ସେ ବିଷୟରେ ଜାଣିବା –
ଜାତକରେ ଶନି ଦଶା ଥିଲେ, ତେଲ ଦାନ କରିବାକୁ କୁହାଯାଇଥାଏ। ମାତ୍ର ତେଲ ଖରାପ ହୋଇ ଯାଇଥିଲେ ତା’କୁ ଦାନ କଲେ ଅଶୁଭ ଫଳ ମିଳିଥାଏ। ତେଣୁ ଖରାପ ତେଲ ଦାନ କରିବା ଉଚିତ ନୁହେଁ।

ପ୍ଲାଷ୍ଟିକ ଓ ଷ୍ଟିଲ ଜାତୀୟ ବାସନ ଦାନ କରିବା ଉଚିତ ନୁହେଁ। ଏହା ଦ୍ୱାରା ଘରର ସୁଖ ଶାନ୍ତି ନଷ୍ଟ ହୋଇଥାଏ ଓ ଧନର ହାନି ଘଟିଥାଏ।

ଝାଡ଼ୁ – ଝାଡ଼ୁ ମାତା ଲକ୍ଷ୍ମୀ ବୋଲି ଧରାଯାଏ। ତେଣୁ ଏହାକୁ ଦାନ କରିବା ଦ୍ୱାରା ଘରେ ସର୍ବଦା ଧନର ଅଭାବ ହେବା ସହ ଧନହାନି ଘଟେ।

ବାସି ଭୋଜନ – କଥାରେ ଅଛି ଖାଦ୍ୟ ଦାନ ଠାରୁ ପୁଣ୍ୟ ଆଉ କିଛି ନାହିଁ। ମାତ୍ର ବାସି ଖାଦ୍ୟ ଦାନ କଲେ ମହାପାପ ହୋଇଥାଏ ଓ ଘରର ଲୋକଙ୍କ ଶରୀର ସର୍ବଦା ରୋଗଗ୍ରସ୍ତ ହୋଇଥାଏ। ଘରେ ଅଶାନ୍ତି ଲାଗି ରହେ।

ଧାରୁଆ ଦ୍ରବ୍ୟ – ଛୁରୀ ଅଥବା କୌଣସି ଧାରୁଆ ଦ୍ରବ୍ୟ ମଧ୍ୟ ଦାନ କରିବା ଉଚିତ ନୁହେଁ। ଏହା ଦ୍ୱାରା ଗୃହର ଶାନ୍ତି ଭଙ୍ଗ ହୋଇଥାଏ। ଝଗଡ଼ା ଲାଗି ରହିଥାଏ।

Leave A Reply