ଗ୍ରାମୀଣ ଡାକ ସେବକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

0

ମୋହନା : ଗଜପତି ଜିଲ୍ଲାର ମୋହନାରେ ଥିବା ଡାକ କାର୍ଯ୍ୟାଳୟଠାରେ ମୋହନା ଉପ ଡାକଘର ଅଧୀନରେ ଥିବା ସମସ୍ତ ଡାକ କାର୍ଯ୍ୟାଳୟର ଗ୍ରାମୀଣ ଡାକ ସେବକମାନେ ମଙ୍ଗଳବାରରୁ ବିଭିନ୍ନ ଦାବି ପୂରଣକୁ ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।

କମଳେଶ ଚନ୍ଦ୍ରା କମିଟିର  ସୁପାରିଶକୁ ତୁରନ୍ତ କାର୍ଯ୍ୟକାରୀ କରିବା, ସଭ୍ୟ ସଂଗ୍ରହ ଅଭିଯାନର ଫଳାଫଳ ପ୍ରକାଶ କରିବା ଓ ସପ୍ତମ ବେତନ କମିଶନ ସୁପାରିଶ ପୂରଣ କରିବା ପାଇଁ ସେମାନ ଦାବି  କରିଛନ୍ତି । କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ   ମୋହନାରେ ଥିବା ଡାକଘରର କାର୍ଯ୍ୟ ବନ୍ଦ ରହିଥିଲା ।

Leave A Reply