କଟକରେ ଲଗାଣ ବର୍ଷା ; ସମସ୍ତ ସ୍କୁଲ ବନ୍ଦ

0

କଟକ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଆଜି କଟକ ସହରରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସହରର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଛି। କଟକ ସହରର ବାଦାମବାଡି, ରକ୍ସି ଲେନ୍, ରାଜାବଗିଜା, ଥୋରିଆ ସାହି, ମେରିଆ ବଜାର, ପଟାପୋଲ,ସୁତାହାଟ, ମହାନଦୀବିହାର ଆଦି ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ଜଳନିଷ୍କାସନ ପାଇଁ  ସହରର ବିଭିନ୍ନ ସ୍ଥାନରେ ୧୧୫ଟି ପମ୍ପ ନିୟୋଜିତ ହୋଇଛି। ୨୪ଟି ଭଲଭୋ ପମ୍ପ ମାଧ୍ୟମରେ ଜଳନିଷ୍କାସନର ବ୍ୟବସ୍ଥା କରାଯାଇଛି। କଟକ ସହରରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରର ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇ ପ୍ରଶାସନ ପକ୍ଷରୁ  ଛୁଟି ଘୋଷଣା କରାଯାଇଛି।
ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଥିବା ବେଳେ ଘରୁ ବାହାରିବା ସମ୍ଭବ ହେଉନାହିଁ।

Leave A Reply