ପାଟିକୁ ସୁଆଦ ଓ ଶରୀରକୁ ହିତ; ସ୍ବାଦିଷ୍ଟ ଆତ

0

ବାହାରୁ ଟାଣ ଦେଖାଯାଉଥିବା ଆତ ଭିତରୁ ବହୁତ ନରମ ଦେଖାଯାଏ, ଯାହାକୁ ଖାଇଲେ ବହୁତ ସ୍ୱାଦିଷ୍ଟ ଲାଗେ । ଆତରୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଓ ଆଇସ୍‌-କ୍ରିମ୍‌ ତିଆରି କରାଯାଇଥାଏ । ଆତ ଖାଇବା ଦ୍ୱାରା ଅନେକ ରୋଗରୁ ଉପଶମ ମିଳିଥାଏ ।

ଆତରେ କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ଭରପୁର ମାତ୍ରାରେ ରହିଥାଏ । ଆତରେ ଅଧିକ ମାତ୍ରାରେ ଭିଟାମିନ୍‌-୬ ମଧ୍ୟ ରହିଛି । ଆତ ଗଛର ପତ୍ରରୁ ୟୁନାନି ଔଷଧ ତିଆରି ହୋଇଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି ।

ଆତରେ ଥିବା ଭିଟାମିନ-ଏ,ସି ଦୃଷ୍ଟିଶକ୍ତି ବୃଦ୍ଧିରେ ସାହାଯ୍ୟ କରିଥାଏ ।

ଆତରେ ଥିବା କପର ଓ ଆଇରନ ଗର୍ଭବତୀ ମହିଳା ଓ ପିଲା ପାଇଁ ବହୁତ ଉପକାରୀ ଅଟେ । ଗର୍ଭବତୀ ମହିଳା ଏହାକୁ ଖାଇବା ଦ୍ୱାରା ଗର୍ଭାବସ୍ଥା ସମୟରେ ହେଉଥିବା ଅସୁବିଧା କିଛି ମାତ୍ରାରେ ଦୂର ହୋଇଥାଏ । ରକ୍ତଭାବ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ ଆତ ।

ଆତରେ ଫାଇବର ଥିବାରୁ ପାଚନ କ୍ରିୟା ସଠିକ ହୋଇଥାଏ ।

ଉଚ୍ଚ ରକ୍ତଚାପ, ଡ଼ାଇବେଟିସ୍‌ ରୋଗୀମାନେ ଆତ ଖାଇଲେ ଅନେକ ଲାଭ ମିଳି ବୋଲି ବିଶେଷଜ୍ଞଙ୍କ ମତ ।

 

Leave A Reply