ଆତର ଔଷଧୀୟ ଗୁଣ

0

ବାହାରୁ ଟାଣ ଦେଖା ଯାଉଥିବା ଆତ ଭିତରୁ ଅତ୍ୟନ୍ତ ନରମ ହୋଇଥାଏ। ଆତର ବ୍ୟବହାର ଅନେକ ପ୍ରକାରର ଆଇସକ୍ରିମ​‌ରେ କରାଯାଇଥାଏ। ଆତରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଫାଇବର ସହ ଅନେକ ପ୍ରକାରର ଭିଟାମିନ ରହିଥାଏ। କେବଳ ଆତ ନୁହେଁ ଏହାର ପତ୍ର ମଧ୍ୟ ବିଭିନ୍ନ ପ୍ରକାର ଔଷଧ ତିଆରି ନିମନ୍ତେ ବ୍ୟବହାର କରାଯାଇଥାଏ।

ଅନେକ ପ୍ରକାର ରୋଗରୁ ମୁକ୍ତି ପାଇବା ପାଇଁ ଆତର ବ୍ୟବହାର କରାଯାଇଥାଏ। ଏହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଆସନ୍ତୁ ଜାଣିବା ଆତ ଆମ ଶରୀର ପାଇଁ କେତେ ଉପକାରୀ:ଆତରେ ଅଧିକ ମାତ୍ରାରେ ଭିଟାମିନ-ସି ରହିଛି। ଏହା ଅସ୍ତମା ଠାରୁ ରକ୍ଷା କରିବାରେ ସାହାର୍ଯ୍ୟ କରିଥାଏ। ଏହା ସ୍ମରଣ ଶକ୍ତି ମଧ୍ୟ ବଢାଇଥାଏ।

ଆତରେ ଥିବା ପୋଟାସିୟମ, ମ୍ୟାଗ୍ନେସିୟମ ହୃଦଘାତ ସହ ସମ୍ବନ୍ଧିତ ଅନେକ ରୋଗରୁ ରକ୍ଷା କରିଥାଏ। ହୃଦଘାତ ରୋଗୀ ଏହାକୁ ନିୟମିତ ସେବା କରିବା ଉଚିତ।ଆତରେ ଭିଟାମିନ ଏ, ଭିଟାମିନ ସି ଓ ରାଇବୋଫ୍ଲୋବିନ ରହିଛି। ଏହା ଦୃଷ୍ଟିଶକ୍ତି ବଢାଇବାରେ ସାହାର୍ଯ୍ୟ କରିଥାଏ।

ଆତରେ କପର, ଆଇରନ ଥିବାରୁ ଗର୍ଭବତୀ ନାରୀଙ୍କ ପାଇଁ ଲାଭଦାୟକ ହୋଇଥାଏ। ଏହାର ସେବନ କରିବା ଦ୍ବାରା ଗର୍ଭାବସ୍ଥା ସମୟରେ ହେଉଥିବା ଅସୁବିଧା କମ୍ ହୋଇଥାଏ।ଏଥିରେ ଫାଇବର ଭରପୂର ମାତ୍ରାରେ ଥିବାରୁ କୋଷ୍ଠକାଠିନ୍ୟ ରୋଗରୁ ମୁକ୍ତି ମିଳିଥାଏ। ଏହାସହ ପାଚନ ମଧ୍ୟ ଠିକ ଭାବେ ହୋଇଥାଏ।

ଆତରେ ଆଇରନ ଓ କପର ଥିବାରୁ ଏହା ଶରୀରରେ ରକ୍ତର ଅଭାବକୁ ଦୂର କରିବାରେ ସହାୟକ ହୋଇଥାଏ।

Leave A Reply