ବଳାତ୍କାର ମାମଲା; ୩ ଦୋଷୀଙ୍କୁ ଦଣ୍ଡାଦେଶ

0

ବାଲେଶ୍ବର: ଟ୍ରେନ ଲାଇନ୍ ପୋଲ ତଳେ ନାବାଳିକା ସହ ହୋଇଥିବା ବଳାତ୍କାର ମାମଲାରେ ସ୍ବତନ୍ତ୍ର ପୋକସୋ କୋର୍ଟ ବିଚାରପତି ଅଜନ୍ତା ଷଡଙ୍ଗୀ ରାୟ ଶୁଣାଇଛନ୍ତି । ଏହି ମାମଲାରେ ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରର ଚନ୍ଦ୍ରମୋହନ ଟୁଡୁଙ୍କୁ ୧୦ ବର୍ଷ ଜେଲ କରାଦଣ୍ଡ ଶୁଣାଇଛନ୍ତି ପୋକସୋ କୋର୍ଟ । ଏହା ସହ ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଉଠାଇ ସୋସିଆଲ୍ ମିଡ଼ିଆରେ ଭାଇରାଲ କରିଥିବା ଅଭିଯୋଗରେ ସ୍ମୃତିରଞ୍ଜନ ଜେନା ଓ କାର୍ତ୍ତିକ ବେହେରାଙ୍କୁ ୫ ବର୍ଷ ଲେଖାଏଁ ଜେଲଦଣ୍ଡ ଓ ୭୫ ହଜାର ଟଙ୍କା ଲେଖାଏଁ ଜୋରିମାନାରେ ଦଣ୍ଡାଦେଶ ହୋଇଛି । ସୂଚନାଯୋଗ୍ୟ, ୨୦୧୩ ମସିହାରେ ଯୁବତୀଙ୍କୁ ବଳାତ୍କାର କରିବା ସହିତ ଭିଡିଓ ଭାଇରାଲ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

Leave A Reply