କୁରକୁରା ପିଆଜ ରିଙ୍ଗସ୍

0

ଆବଶ୍ୟକୀୟ ସାମଗ୍ରୀ: ମୋଟା ରିଙ୍ଗ ଆକାରର କଟା ଯାଇଥିବା ପିଆଜ, ମଇଦା, କଣ୍ଣଫ୍ଲୋର-୨ ଚାମଚ, ଅଣ୍ଡା-୨ଟା, ପାଉଁରୁଟି ଗୁଣ୍ଡ(ବ୍ରେଡ୍ କ୍ରବ୍ସ), ଛାଣିବାକୁ ତେଲ, ଲୁଣ, ଗୋଲମରିଚ ଗୁଣ୍ଡ ।

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ମଇଦାରେ ଲୁଣ ଗୋଳାଇ କଟା ପିଆଜ କୋଟ ଦେଇ ଦିଅନ୍ତୁ ବା ପିଆଜ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏବେ ଏକ ପାତ୍ରରେ ଅଣ୍ଡା, ଗୋଲମରିଚ ଗୁଣ୍ଡ, ଅଳ୍ପ ଲୁଣ ଓ ୨ ଚାମଚ ମଇଦା ପକାଇ ଭଲ ଭାବରେ ଫେଣ୍ଟି ଦିଅନ୍ତି । ନିରାମିଷ କରିବାକୁ ଚାହୁଥିଲେ ଅଣ୍ଡା ବଦଳରେ କଣ୍ଣଫ୍ଲୋର-୨ ଚାମଚ ପକାଇ ଫେଣ୍ଟି ଦେବେ । ଏବେ ସେଥିରେ ଗୋଟି ଗୋଟି କରି ପିଆଜ ରିଙ୍ଗକୁ ସେହି ଗୋଳରେ ବୁଡାଇ ପାଉଁରୁଟି ଗୁଣ୍ଡ(ବ୍ରେଡ୍ କ୍ରବ୍ସ) ଉପରେ ରଖନ୍ତୁ । ଯେପରି ପିଆଜ ରିଙ୍ଗସ୍ ଉପରେ ବ୍ରେଡ୍ କ୍ରବ୍ସର ଏକ କୋଟ ରହିବ । ସେହିପରି ସବୁ ରିଙ୍ଗକୁ ପ୍ରସ୍ତୁତ କରନ୍ତୁ ।

ଏବେ କଢାଇରେ ତେଲ ଗରମ କରି ପ୍ରସ୍ତୁତ ରିଙ୍ଗକୁ ପକାଇ ଛାଣନ୍ତୁ । ବ୍ରାଉନ ରଙ୍ଗ ହୋଇଗଲେ ତେଲରୁ କାଢି ଆଣି ଟମାଟୋ କ୍ୟାଚଅପ୍ ବା କୌଣସି ଚଟଣୀ ଦେଇ ପରସି ଦିଅନ୍ତୁ । ବର୍ଷା ଏହାର ମଜା କିଛି ନିଆରା ।

Leave A Reply