ନିଦାହାସ୍‌ ଟ୍ରଫି : ଶ୍ରୀଲଙ୍କା ବିଜୟୀ

0

କଲମ୍ବୋ : ତ୍ରିରାଷ୍ଟ୍ରୀୟ ନିଦାହାସ୍‌ ଟ୍ରଫି ଟି-୨୦ର ପ୍ରଥମ ମ୍ୟାଚ୍‌ରେ ଭାରତକୁ ୫ ୱିକେଟରେ ହରାଇ ଶ୍ରୀଲଙ୍କା ସହଜସାଧ୍ୟ ବିଜୟଲାଭ କରିଛି। ଜିତିବା ପାଇଁ ଘରୋଇ ଶ୍ରୀଲଙ୍କାକୁ ୧୭୫ ରନ୍‌ର ଆବଶ୍ୟକତା ଥିଲା । ମାତ୍ର ୧୮.୩ ଓଭରରେ ୫ ୱିକେଟ ହରାଇ ଶ୍ରୀଲଙ୍କା ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା । ଶ୍ରୀଲଙ୍କା ପକ୍ଷରୁ ଏମ୍‌ଡିକେଜେ ପେରେରା ୬୬ ରନ, ଏମ୍‌ଡି ଗୁଣତିଲକା ୧୯, ବିକେଜେ ମେଣ୍ଡିସ୍‌ ୧୧, ଏଲଡି ଚଣ୍ଡିମାଲ ୧୪, ଡବ୍ଲ୍ୟୁୟୁ ଥରଙ୍ଗା ୧୭, ଏମ୍‌ଡି ଶାଙ୍କାକା ଅପରାଜିତ ୧୫ ଓ ଏନ୍‌ଏଲଟିସି ପେରେରା ଅପରାଜିତ ୨୨ ରନ କରିଥିଲେ । ଭାରତ ପକ୍ଷରୁ ୱାଶିଂଟନ ସୁନ୍ଦର ଓ ଚହଲ ୨ ଟିଲେଖାଏଁ ୱିକେଟ ନେଇଥିଲେ । ଭାରତ ପ୍ରଥମେ ବ୍ୟାଟିଂ କରି ଓପ୍‌ନର ଶିଖର ଧାୱନଙ୍କ ଆକ୍ରମଣାତ୍ମକ ୯୦ ରନ୍‌ ବଳରେ ୫ ୱିକେଟ ହରାଇ ୧୭୪ ରନ୍‌ କରିଥିଲା । ମାତ୍ର ଶ୍ରୀଲଙ୍କାର ଆକ୍ରମଣାତ୍ମକ ବ୍ୟାଟିଂରେ ଧାୱନଙ୍କ ଶତକ ଫିକା ପଡିଗଲା ।
ଟସ୍‌ ଜିତି ଶ୍ରୀଲଙ୍କା ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ବ୍ୟାଟିଂର ପ୍ରଥମ ଓଭରରେ ଅଧିନାୟକ ରୋହିତ ଶର୍ମା ଦୁଷ୍ମନ୍ତ ଚମିରାଙ୍କ ଶିକାର ହୋଇଥିଲେ । ୨ୟ ଓଭରରେ ନୁୱାନ୍‌ ପ୍ରଦୀପ ସୁରେଶ ରୈନାଙ୍କୁ ଆଉଟ କରିଥିଲେ । ପରେ ଧାୱନ ଓ ମନୀଷ ପାଣ୍ଡେ ୩ୟ ୱିକେଟ ପାଇଁ ଚମତ୍କାର ବ୍ୟାଟିଂକରି ୬୪ ବଲ୍‌ରୁ ୯୫ ରନ୍‌ ଯୋଡ଼ିଥିଲେ। ଦକ୍ଷିଣ ଆଫ୍ରିକା ଗସ୍ତରେ ଭଲ ବ୍ୟାଟିଂ କରିଥିବା ପାଣ୍ଡେ ୩୫ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୭ ରନ୍‌କରି ଆଉଟ ହୋଇ ଯାଇଥିଲେ। ପରେ ଋଷଭ ପନ୍ତ ଆସିଥିଲେ ହେଁ ତାଙ୍କ ଖ୍ୟାତି ଅନୁସାରେ ଦ୍ରୁତଗତିରେ ସ୍କୋର୍‌ କରି ପାରିନଥିଲେ। ହେଲେ ଅନ୍ୟପଟେ ଦିଲ୍ଲୀର ସାଥୀ ଖେଳାଳି ଶିଖର ଧାୱନ ଚମ୍ପିଆନ୍‌ଙ୍କ ପରି ବ୍ୟାଟିଂକରି ଚାଲିଥିଲେ। ତେବେ ମାତ୍ର ୧୦ ରନ୍‌କରି ଧାୱନ ଶତକରୁ ବଞ୍ଚିତ ହୋଇଥିଲେ। ଏହି ବାମହାତି ବିସ୍ଫୋରକ ବ୍ୟାଟିଂକରି ୬ଟି ଲେଖାଏଁ ଛକା ଓ ଚୌକା ସହ ୯୦ ରନ୍‌କରି ଆଉଟ ହୋଇଥିଲେ। ଦିନେଶ କାର୍ତ୍ତିକ ୬ଟି ବଲ୍‌ରୁ ୨ଟି ଚୌକା ସହ ୧୩ ଏବଂ ପନ୍ତ୍‌ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୩ ରନ୍‌କରି ଅପରାଜିତ ଥିଲେ। ଚମିରା ୨ଟି ୱିକେଟ ପାଇଥିଲେ।

Leave A Reply