ଆଇସିସି ଦିନିକିଆ ମାନ୍ୟତା : ଶୀର୍ଷରେ କୋହଲି, ଚହଲ ୮କୁ ଉଠିଲେ

0

ଦୁବାଇ : ଆଇସିସି ଦିନିକିଆ ବ୍ୟାଟସମ୍ୟାନ୍‍ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। କୋହଲି ୮୯୯ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ବୋଲରଙ୍କ ତାଲିକାରେ ୟୁଜବେନ୍ଦ୍ର ଚହଲ ୩ଟି ପାହ୍ୟା ଉପରକୁ ଉଠି କ୍ୟାରିୟର ଶ୍ରେଷ୍ଠ ୮ମ ସ୍ଥାନରେ ଉପନୀତ ହୋଇଛନ୍ତି। ରୋହିତ ଶର୍ମା ପୂର୍ବ ୨ୟ ସ୍ଥାନରେ ବଜାୟ ରଖିଥିବାବେଳେ ଓପ୍‍ନର ଶିଖର ଧାୱନ ୪ଟି ସ୍ଥାନ ତଳକୁ ଖସି ୯ନଂରେ ରହିଛନ୍ତି। ଇଂଲଣ୍ଡର ଜୋ ରୁଟ୍‍ ୩ନଂ ସ୍ଥାନ ବଜାୟ ରଖିଛନ୍ତି। ବାବର ଆଜାମ୍‍, ରସ୍‍ ଟେଲର, କେନ୍‍ ୱିଲିୟମସନ୍‍ ଓ କ୍ୱିଣ୍ଟନ୍‍ ଡି’ କକ୍‍ ପ୍ରମୁଖ ବ୍ୟାଟିଂ ମାନ୍ୟତାରେ ଗୋଟିଏ ଲେଖାଏଁ ସ୍ଥାନ ଉପରକୁ ଉଠି ଯଥାକ୍ରମେ ୫ରୁ ୮ମ ସ୍ଥାନରେ ରହିଛନ୍ତି। ୱେଷ୍ଟଇଣ୍ଡିଜ ବ୍ୟାଟସମ୍ୟାନ୍‍ ସାଇ ହୋପ୍‍ ମାନ୍ୟତାରେ ୨୨ଟି ସ୍ଥାନ ଉପରକୁ ଉଠି ୨୫ନଂରେ ରହିଥିବା ବେଳେ ସିମ୍ରନ୍‍ ହେତମାୟର ୩୧ଟି ସ୍ଥାନ ଉପରକୁ ଉଠି ୨୬ନଂରେ ରହିଛନ୍ତି। ଅମ୍ବତି ରାୟୁଡୁ ୨୪ଟି ସ୍ଥାନ ଉପରକୁ ଉଠି ୪୮ନଂରେ ରହିଛନ୍ତି। ଏହା ତାଙ୍କ ଜୀବନର ସର୍ବଶ୍ରେଷ୍ଠ ମାନ୍ୟତା। ଦିନିକିଆ ବୋଲର ମାନ୍ୟତାରେ ଲେଗ୍‍ସ୍ପିନର ୟୁଜବେନ୍ଦ୍ର ଚହଲ ୩ଟି ସ୍ଥାନ ଉପରକୁ ଉଠି ୮ମ ସ୍ଥାନରେ ରହିଛନ୍ତି। ପ୍ରଥମଥର ଶ୍ରେଷ୍ଠ ୧୦ ବୋଲରଙ୍କ ମଧ୍ୟରେ ଚହଲ ପ୍ରବେଶ କରିଛନ୍ତି। ଇଣ୍ଡିଜ୍‍ ବିପକ୍ଷ ଦିନିକିଆ ସିରିଜ୍‍ରେ ୭ଟି ୱିକେଟ୍‍ ପାଇଥିବା ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡ଼େଜା ୧୬ଟି ସ୍ଥାନ ଉପରକୁ ଉଠି ୨୫ନଂରେ ରହିଛନ୍ତି।

Leave A Reply