ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାର ଉପାୟ

0

ପ୍ରତ୍ୟେକ ଦିନ ବ୍ୟକ୍ତିର ପରିବର୍ତ୍ତନ ହୋଇଥାଏ। ଉଚ୍ଚ ରକ୍ତଚାପ ପ୍ରାଣଘାତୀ ଅଟେ। ବୟସ ଅନୁସାରେ ରକ୍ତଚାପର ମାତ୍ରା ବଦଳି ଥାଏ। ରକ୍ତଚାପକୁ ନିୟନ୍ତ୍ରଣ କରି ରଖିବା ନିହାତି ଜରୁରୀ ଅଟେ। ଆସନ୍ତୁ ଜାଣିବା ଉଚ୍ଚ ରକ୍ତଚାପକୁ କିପରି ନିୟନ୍ତ୍ରିତ କରିବା ଉଚିତ୍‌ …..


ଲେମ୍ବୁ: ସକାଳେ ଗୋଟେ ଗ୍ଲାସ ଗରମ ପାଣି ନେଇ ସେଥିରେ ଲେମ୍ବୁ ଚିପୁଡି ପିଅନ୍ତୁ। ଏହାକୁ ଆପଣ ଖରା ବେଳେ କିମ୍ବା ଖାଇବା ପରେ ମଧ୍ୟ ପିଇପାରିବେ। ଲେମ୍ବୁ ରକ୍ତ କୋଷିକାକୁ ନରମ ରଖିଥାଏ।


ରସୁଣ: ରସୁଣରେ ଅନେକ ପରିମାଣରେ ନାଇଟି୍ରକ ଅକସାଇଡ ରହିଛି। ଏହାକୁ ତରକାରୀରେ ପକାଇ କିମ୍ବା କଞ୍ଚା ଖାଇବା ଉଚିତ। ଏହା ରକ୍ତ କୋଷିକାକୁ ଠିକ ରଖିଥାଏ।


କଦଳୀ: ଏଥିରେ ପୋଟାସିୟମର ମାତ୍ରା ଭରପୂର ଥାଏ ତେଣୁ ଏହା ସୋଡିୟମର ପ୍ରଭାବକୁ କମାଇବାରେ ସାହାଯ୍ୟ କରିଥାଏ। ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟତା କରିଥାଏ। ତେଣୁ ପ୍ରତିଦିନ ଗୋଟିଏ ଲେଖାଏଁ କଦଳୀ ଖାଇବା ଉଚିତ।


ପଇଡ ପାଣି: ପଇଡ ପାଣି ପିଇବା ଦ୍ୱାରା ଶରୀରରେ ଅନେକ ଲାଭ ହୋଇଥାଏ। ପ୍ରତିଦିନ ପଇଡ ପାଣି ପିଇବା ଉଚିତ। ସକାଳେ ଖାଲି ପେଟରେ ପଇଡ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ।

Leave A Reply