ଓଡ଼ିଶାର ୩୬ ବିଧାନସଭା ଏବଂ ୬ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

0

ଭୁବନେଶ୍ୱର/ନୂଆଦିଲ୍ଲୀ : ବହୁ ମାନସମନ୍ଥନ ପରେ କଂଗ୍ରେସ ପକ୍ଷରୁ ଓଡ଼ିଶାର ୩୬ଟି ବିଧାନସଭା ଏବଂ ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି କ୍ରମରେ ପଦ୍ମପୁର ବିଧାନସଭା ଆସନ ପାଇଁ ସତ୍ୟ ଭୂଷଣ ସାହୁ, ବରଗଡ଼ ବିଧାନସଭା ଆସନରେ ନିପଣ ଦାସ, ଅତାବିରା (ଅନୁସୂଚିତ ଜାତି ପାଇଁ ସଂରକ୍ଷିତ) ଆସନରେ ନିହାର ମହାନନ୍ଦା, ବୀରମିତ୍ରପୁର (ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ) ଆସନ ପାଇଁ ରୋହିତ ଜୋସେଫ ତିର୍କୀ, ରାଜଗାଙ୍ଗପୁର (ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ) ଆସନ ପାଇଁ ସି.ଏସ୍‍ ରାଜନ, ବୀରମହାରାଜପୁର (ଅନୁସୂଚିତ ଜାତି ପାଇଁ ସଂରକ୍ଷିତ) ଆସନ ପାଇଁ ବିନୋଦ କୁମାର ପାତ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ବଲାଙ୍ଗୀର ବିଧାନସଭା ଆସନ ପାଇଁ ନରସିଂହ ମିଶ୍ର, ନୂଆପଡ଼ା ଆସନ ପାଇଁ ଘାସିରାମ ମାଝୀ, ଖରିଆର ବିଧାନସଭା ଆସନ ପାଇଁ ଅଧିରାଜ ପାଣିଗ୍ରାହୀ, ଝରିଗ୍ରାମ (ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ) ଆସନ ପାଇଁ ଉଲାଧର ମାଝୀ, ନବରଙ୍ଗପୁର (ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ) ସାଦାନ ନାୟକ, ଡାବୁଗାମ (ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ) ଆସନ ପାଇଁ ଭୂଜବଳ ମାଝୀ, ଲାଞ୍ଜିଗଡ଼ (ଅନୁସୂଚିତ ଜାତି ପାଇଁ ସଂରକ୍ଷିତ) ଆସନ ପାଇଁ ଶିବାଜୀ ମାଝୀ, ଧର୍ମଗଡ଼ ବିଧାନସଭା ଆସନ ପାଇଁ ଦିଗମ୍ବର ଦେଉରିଆ, ବାଲିଗୁଡ଼ା (ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ) ଆସନ ପାଇଁ ସିମାନ ମଲ୍ଲିକ, ଫୁଲବାଣି (ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ) ଆସନରେ କିଶୋର ଚନ୍ଦ୍ର କହଁର, କଣ୍ଟାମାଳ ବିଧାନସଭା ଆସନ ପାଇଁ ପ୍ରଶାନ୍ତ ସାହୁ, ଦଶପଲ୍ଲା (ଅନୁସୂଚିତ ଜାତି ପାଇଁ ସଂରକ୍ଷିତ) ଆସନରେ ପ୍ରଶାନ୍ତ କୁମାର ନାୟକ, ଭଞ୍ଜନଗର ବିଧାନସଭାରେ ସଞ୍ଜୟ କୁମାର ତ୍ରିପାଠୀ, ପୋଲସରା ହରି ଚରଣ ସ୍ୱାଇଁ, କବିସୂର୍ଯ୍ୟନଗର ବିଧାନସଭା ଆସନ ପାଇଁ ବିଜୟ କୁମାର ସାହୁ, ଆସ୍କା ଆସନରେ ମନୋଜ କୁମାର ଜେନା, ଶଙ୍ଘମୁଣ୍ଡି ଆସନ ପାଇଁ ରମେଶ ଚନ୍ଦ୍ର ଜେନା, ହିଞ୍ଜିଳି ବିଧାନସଭା ଆସନ ପାଇଁ ରାମ କ୍ରିଷ୍ଣ ପଣ୍ଡା, ଗୋପାଳପୁର ବିଧାନସଭା ଆସନ ପାଇଁ ଧର୍ମରାଜ ରେଡ୍ଡୀ, ବ୍ରହ୍ମପୁର ବିଧାନସଭା ଆସନ ପାଇଁ ଲିଙ୍ଗରାଜ ଚୌଧୁରୀ, ଦିଗହପହଣ୍ଡି ବିଧାନସଭା ଆସନ ପାଇଁ ବିସ୍ମୟ ମହାପାତ୍ର, ଚିକିଟି ଆସନରେ ସୁବାସ ଚନ୍ଦ୍ର ରାଉତ, ମୋହନା (ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ) ବିଧାନସଭା ଆସନରେ ଦାଶରଥି ଗମାଙ୍ଗ, ଗୁଣପୁର (ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ) ଆସନରେ ପୁରୁଷୋତ୍ତମ ଗମାଙ୍ଗ, ବିସମ କଟକ (ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ) ଆସନ ପାଇଁ ନୀଳମାଧବ ହିକ୍କକା, ଜୟପୁର ବିଧାନସଭା ଆସନ ପାଇଁ ତାରା ପ୍ରସାଦ ବାହିନୀପତି, କୋରାପୁଟ (ଅନୁସୂଚିତ ଜାତି ପାଇଁ ସଂରକ୍ଷିତ) ଆସନରେ କୃଷ୍ଣ ଚନ୍ଦ୍ର କୁଳଦୀପ, ପୋଟାଙ୍ଗି (ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ) ଆସନ ପାଇଁ ରାମ ଚନ୍ଦ୍ର କଦମ, ମାଲକାନାଗିରି (ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ) ଆସନରେ ମାଲା ମାଢୀ, ଚିତ୍ରକୋଣ୍ଡା (ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ) ଆସନରେ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ପ୍ରାର୍ଥୀ କରାଯାଇଛି।
ବରଗଡ଼ ଲୋକସଭା (ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ) ଆସନରେ ପ୍ରଦୀପ୍ତ କୁମାର ଦେବତା, ସୁନ୍ଦରଗଡ଼ (ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ) ଆସନରେ ଜର୍ଜ ତିକ୍ରୀ, କଳାହାଣ୍ଡି ଲୋକସଭା ଆସନରେ ଭକ୍ତ ଚରଣ ଦାସ, ନବରଙ୍ଗପୁର (ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ) ଆସନରେ ପ୍ରଦୀପ୍ତ ମାଝୀ, କନ୍ଧମାଳ ଲୋକସଭା ଆସନରେ ମନୋଜ କୁମାର ଆଚାର୍ଯ୍ୟ, ବ୍ରହ୍ମପୁର ଲୋକସଭା ଆସନ ପାଇଁ ଚନ୍ଦ୍ରଶେଖର ନାଇଡୁଙ୍କୁ ପ୍ରାର୍ଥୀ କରାଯାଇଛି।

Leave A Reply