ରଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ

0

ଭୁବନେଶ୍ୱର : ଟିକେଟ ବଣ୍ଟନକୁ ନେଇ ଶନିବାର ରାତି ୮ଟାରେ ଭୁବନେଶ୍ୱର କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ଭୁବନେଶ୍ୱର ଏକାମ୍ରରେ କଂଗ୍ରେସ ରଶ୍ମୀ ମହାପାତ୍ରଙ୍କୁ ପାର୍ଥୀ ଘୋଷଣା କରିବା ପରେ ଅନ୍ୟତମ ଟିକେଟ ଆଶାୟୀ ଶେଖ ଅମୀର ମହମ୍ମଦଙ୍କ ସମର୍ଥନ ଏହି ଭଙ୍ଗାରୁଜା କରିଛନ୍ତି। ସୂଚନା ଅନୁସାରେ ଶେଖ ଅମୀର ମହମ୍ମଦଙ୍କ ସମର୍ଥକ ଏକ ବାଇକ ରାଲିରେ ଆସି ପ୍ରଥମେ ତାଲା ପକାଇଥିଲେ। ୧୦୦ରୁ ଊର୍ଦ୍ଧ୍ବ ସମର୍ଥକ କଂଗ୍ରେସ ଭବନରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। କଂଗ୍ରେସ ଭବନରେ ଥିବା ଚେୟାର ଟେବୁଲ, କମ୍ପ୍ୟୁଟର ଭାଙ୍ଗିଯାଇଛି। ଅମୀର ସମର୍ଥକ ଭୁବନେଶ୍ୱର ଜିଲା ସଭାପତି ଓ ପିସିସି ସଭାପତିଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।

Leave A Reply