କଂଗ୍ରେସ ଛାଡିଲେ ବିଧାୟକ ପ୍ରକାଶ ବେହେରା

0

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଶନିବାର ସାଲେପୁର ବିଧାୟକ ପ୍ରକାଶ ବେହେରା କଂଗ୍ରେସ ଛାଡିଛନ୍ତି। ସେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ନିଜର ଇସ୍ତଫା ପତ୍ର ପଠାଇଛନ୍ତି। କଟକ ଜିଲା ସଭାପତି ପଦରୁ ହଟାଯିବା ପରେ ଦଳୀୟ ନେତୃତ୍ବ ତାଙ୍କୁ ବାରମ୍ବାର ଅପମାନିତ କରୁଥିବା ସେ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ପିସିସି ସଭାପତିଙ୍କୁ ଏ ନେଇ ଜଣାଇବା ପରେ ତାଙ୍କର କୌଣସି କଥା ଶୁଣାଯାଇ ନ ଥିବା ପ୍ରକାଶ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଯେ, କଂଗ୍ରେସ ସହ ସେ ୨୦ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ। କିନ୍ତୁ କଂଗ୍ରେସ ତାଙ୍କ ପ୍ରତି ଅବହେଳା କରିଥିବା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି।

Leave A Reply