ନଡ଼ିଆ ଗଛ ପଡି ଭାଙ୍ଗିଲା ଟ୍ରାକ୍ଟର

0

ସୁଆଣ୍ଡୋ: ପୁରୀ ଜିଲାର ସତ୍ୟବାଦୀ ବ୍ଲକ ରାୟଖଣ୍ଡି ପଞ୍ଚାୟତ ଚକ୍ରପଡା ଗ୍ରାମରେ ଗୁରୁବାର ରାତିରେ ନଡ଼ିଆ ଗଛ ପଡି ଗୋଟିଏ ଟ୍ରାକ୍ଟର ଭାଙ୍ଗି ଯାଇଛି । ଗ୍ରାମର ନିରଞ୍ଜନ ସାହୁ ତାଙ୍କର ଟ୍ରାକ୍ଟରଟିକୁ ଠାକୁରଙ୍କ ମଣ୍ଡପ ନିକଟରେ ରଖିଥିଲେ । ରାତି ନଅଟାରେ ଜୋରରେ ପବନ ହେବାରୁ ଅନତି ଦୂରରେ ଥିବା ଗୋଟିଏ ନଡିଆ ଗଛ ଉପୁଡି ପଡି ଟ୍ରାକ୍ଟର ଉପରେ ପଡିଥିଲା । ଗଛ ମାଡରେ ଟ୍ରାକ୍ଟରର ଇଞ୍ଜିନ ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇ ଯାଇଛି ।

Leave A Reply