ସୁପ୍ରିମକୋର୍ଟର ଗାରିମା ପାଇଁ ୪ ବିଚାରପତିଙ୍କ କମିଟି ଗଠିତ

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଗାରିମା ଓ ଲୋକଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ପ୍ରଧାନ ବିଚାରପତି ଦୀପକ ମିଶ୍ର ୪ ଜଣିଆ ବିଚାରପତିଙ୍କ ଏକ କମିଟି ଗଠନ କରିଛନ୍ତି । ବିରୋଧୀ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବା ପରେ ସୁପ୍ରିମକୋର୍ଟ ଭଳି ଦେଶର ସର୍ବେଚ୍ଚ ନ୍ୟାୟାଳୟର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାହା ସାଧାରଣ ଲୋକଙ୍କ ବିଶ୍ୱାସକୁ ଦୋହଲାଇ ଦେଇଛି । ଏଭଳି ସ୍ଥିତିରେ ସର୍ବୋଚ୍ଚ ଅଦାଲତର ଗାରିମା ବଜାୟ ରଖିବାକୁ ପ୍ରଧାନ ବିଚାରପତି ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ମହାଭିଯୋଗ ପ୍ରସ୍ତାବ ନୋଟିସ୍‌କୁ ଖାରଜ କରିବା ପରେ ସୁପ୍ରିମକୋର୍ଟର ସମସ୍ତ ବିଚାରପତିମାନଙ୍କ ସହିତ ପ୍ରଧାନ ବିଚାରପତି ଦୀପକ ମିଶ୍ର ଏକ ବୈଠକ କରିଥିଲେ । ଏହି ବୈଠକରେ ସୁପ୍ରିମକୋର୍ଟର ଛବିକୁ ମଳିନ ହେବାରୁ ବଞ୍ଚାଇବାକୁ ୪ ବିଚାରପତିଙ୍କ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଦଳ ଅନଔପଚାରିକ ଭାବେ ସମସ୍ତ ବିଚାପତିଙ୍କ ସହ ବିଚାରବିମର୍ଶ କରି ସମସ୍ୟାର ବାଟ ବାହାର କରିବ । ଜଷ୍ଟିସ୍‌ ଏକେ ସିକାରୀ, ୟୁୟୁ ଲଳିତ, ଡିୱାଇ ଚନ୍ଦ୍ରଚୂଡ଼ ଏବଂ ସଂଜୟ କିଶନ କୌଲଙ୍କୁ ଚୟନ ଏହି କମିଟିର ସଦସ୍ୟ ଅଛନ୍ତି । ପ୍ରକାଶ ଯେ ପ୍ରଧାନ ବିଚାରପତି ସର୍ବୋଚ୍ଚ ଅଦାଲତର ସମସ୍ତ ବିଚାରପତିଙ୍କ ସହିତ ପ୍ରତ୍ୟହ ସକାଳେ ୫ ମିନିଟ୍‌ର ବୈଠକ କରିଥାଆନ୍ତି। କିନ୍ତୁ ସୋମବାର ଅନୁଷ୍ଠିତ ବୈଠକ ୨୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା। ଫଳରେ ସମସ୍ତ ଖଣ୍ଡପୀଠ ୧୫ ମିନିଟ୍‌ ବିଳମ୍ବରେ ଶୁଣାଣି ଆରମ୍ଭ କରିଥିଲେ। ନାଇଡୁ ଏହାର ମାତ୍ର କିଛି ସମୟ ପୂର୍ବରୁ ମହାଭିଯୋଗ ପ୍ରସ୍ତାବ ନୋଟିସ୍‌କୁ ପ୍ରମାଣ ଅଭାବରୁ ଖାରଜ କରିଦେଇଥିଲେ। ଏହି ବୈଠକରେ ଜଷ୍ଟିସ୍‌ ରଂଜନ ଗୋଗୋଇ ପ୍ରଧାନ ବିଚାରପତିଙ୍କୁ କହିଥିଲେ ଯେ ସର୍ବୋଚ୍ଚ ଅଦାଲତର ଛବି ମଳିନ ହେବାକୁ ଯାଉଛି । ତେଣୁ ତୁରନ୍ତ ବିଚାରପତିଙ୍କ ବିଭିନ୍ନ ପ୍ରସଙ୍ଗ ଓ ବିଚାର ଉପରେ ଆଲୋଚନା କରାଯାଉ । ଏହାପରେ ପ୍ରଧାନ ବିଚାରପତି ଶ୍ରୀ ମିଶ୍ର ଲୋକଙ୍କ ବିଶ୍ୱାସ ଓ ଗାରିବା ବଜାୟର ଣଖିବା ପାଇଁ ୪ ଜଣିଆ ବିଚାରପତିଙ୍କ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ । ଦୀପକ ମିଶ୍ରଙ୍କ ପରେ ଜଷ୍ଟିସ୍‌ ଗୋଗୋଇ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି । ଅକ୍ଟୋବରରେ ଜଷ୍ଟିସ୍‌ ଗୋଗୋଇ ପ୍ରଧାନ ବିଚାରପତି ଭାବେ ଦୀପକ ମିଶ୍ରଙ୍କ ସ୍ଥାନରେ ଅବସ୍ଥାପିତ ହେବେ।

Leave A Reply