ସ୍ବାସ୍ଥ୍ୟ ଉପଯୋଗୀ ଡାଲଚିନି

0

ଡାଲଚିନି ଏକ ପ୍ରାକୃତିକ ଔଷଧ ଅଟେ। ଏଥିରେ କ୍ୟାଲସିୟମ, ମାଙ୍ଗାନିଜ, ଆଇରନ, ଭିଟାମିନ ଇତ୍ୟାଦି ରହିଛି। ଏଥିରେ ଫାଇବରର ମାତ୍ରା ମଧ୍ୟ ଅଧିକ ରହିଛି। ଡାଲଚିନି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଏହାର ବ୍ୟବହାର ଦ୍ବାରା ଅନେକ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ। ପେଟ ଦରଜ, ଗଣ୍ଠି ଦରଜ, ମଧୁମେହ ଓ କ୍ୟାନ୍ସର ପରି ରୋଗରୁ ମଧ୍ୟ ଏହା ଦୂରେଇ ରଖିବାରେ ସହାୟକ ହୋଇଥାଏ। ଡାଲଚିନିକୁ ଗୁଣ୍ଡ କରି ତାହାକୁ ଚାହାରେ ଚିନି ନ ପକାଇ ପିଇପାରିବେ। ଏହାର ଗୁଣ୍ଡକୁ ପାଣିରେ ମିଶାଇ ମଧ୍ୟ ପିଇପାରିବେ।

ସ୍ବାସ୍ଥ୍ୟ ପାଇଁ ଡାଲଚିନି :

ଥଣ୍ଡା-ଜ୍ବରରୁ ମୁକ୍ତି :

ଥଣ୍ଡା-ଜ୍ବର ହୋଇଥିଲେ ଡାଲଚିନି ସେବନ କରିବା ଲାଭଦାୟକ ହୋଇଥାଏ। ଡାଲଚିନି ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ମହୁକୁ ପାଣିରେ  ମିାାଇ ଦିଅନ୍ତୁ। ତାପରେ ତାକୁ ପିଇବା ଦ୍ବାରା ଥଣ୍ଡା-ଜ୍ବରରୁ ମୁକ୍ତି ମିଳିବା ସହ ତଣ୍ଟି ଦରଜରୁ ମଧ୍ୟ ଆରାମ ମିଳିଥାଏ।

ପେଟ ସମସ୍ୟାରୁ ମୁକ୍ତି :

ପେଟର କିଛି ସମସ୍ୟା ଥିଲେ ଡାଲଚିନି ବ୍ୟବହାର କରନ୍ତୁ। ଏପରି କରିବା ଦ୍ବାରା ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ। ବାନ୍ତି ହେଉଥିଲେ ଡାଲିଚିନି ଖାଇବା ଦ୍ବାରା ଶାନ୍ତି ଅନୁଭବ ହୋଇଥାଏ। ପ୍ରତିଦିନ ଗୋଟିଏ ଚାମଚ ମହୁ ଓ ଗୋଟିଏ ଚାମଚ ଡାଲଚିନି ମିଶାଇ ଖାଆନ୍ତୁ। ଏପରି  କରିବା ଦ୍ବାରା ଏସିଡିଟି ସମସ୍ୟା ଦୂର ହୋଇଥାଏ। ଖାଦ୍ୟ ମଧ୍ୟ ଠିକ ଭାବେ ହଜମ ହୋଇଥାଏ।

ମୋଟାପଣରୁ ମୁକ୍ତି :

ଯେଉଁମାନଙ୍କ ଓଜନ ଅଧିକ ବୃଦ୍ଧି ହେଉଥାଏ ସେମାନେ ଡାଲଚିନି ଖାଇବା ଉଚିତ। ଚାହା ପତି ଓ ଡାଲଚିନି ଗୁଣ୍ଡକୁ ପାଣିରେ ପକାଇ ଭଲ ଭାବେ ଫୁଟାଇ ଦିଅନ୍ତୁ। ସେଥିରେ ମହୁ ମିଶାଇ ପିଅନ୍ତୁ। ଏପରି ପ୍ରତିଦିନ ଖାଦ୍ୟ ଖାଇବାର ଅଧ ଘଣ୍ଟା ପୂର୍ବରୁ କରିବା ଉଚିତ। ଏପରି କରିବା ଦ୍ବାରା ଆପଣଙ୍କ ଓଜନ ନିୟନ୍ତ୍ରିତ ହୋଇ ରହିଥାଏ।

 

Leave A Reply