ଆମେରିକା କିମ୍ବା ୟୁରୋପରେ ବିନାଶ କରିବ ଚୀନ ଉପଗ୍ରହ!

0

ୱାଶିଂଟନ : ଚୀନର ନିୟନ୍ତ୍ରଣବିହୀନ ମହାକାଶ ଷ୍ଟେସନ୍‌ ଉପଗ୍ରହ ଟିଆଙ୍ଗୋଙ୍ଗ-୧ ମାର୍ଚ୍ଚ ମାସ ଶେଷ ସୁଦ୍ଧା ପୃଥିବୀରେ ଖସିପଡ଼ିବାର ଆଶଙ୍କା ପ୍ରକାଶ ପାଇଛି । ଏହା ପୂର୍ବରୁ ମାର୍ଚ୍ଚ ୨୪ରୁ ଅପ୍ରେଲ ୬ ମଧ୍ୟରେ ପୃଥିବୀ ବାୟୁ ମଣ୍ଡଳ ମଧ୍ୟକୁ ଏହି ନିୟନ୍ତ୍ରଣବିହୀନ ମହାକାଶ ଷ୍ଟେସନ ପ୍ରବେଶ କରିବ ବୋଲି ଅନୁମାନ କରାଯାଉଥିଲା । ହେଲେ ଏବେ ଏହା ମାର୍ଚ୍ଚ ୩୧ ସୁଦ୍ଧା ପୃଥିବୀକୁ ଖସିବ ବୋଲି ଆକଳନ କରାଯାଇଛି ।

ଏହା ପୃଥିବୀର କେଉଁ ସ୍ଥାନରେ ପଡ଼ିବ ତାହା ଏପର୍ଯ୍ୟନ୍ତ ବିଶେଷଜ୍ଞମାନେ କହିପାରୁନଥିଲେ । ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ଏହା କେଉଁ ଆଡେ ମୁହାଁଇବ, ତାହା କହିବା କଷ୍ଟକର ବୋଲି କୁହାଯାଉଥିଲା । ମାତ୍ର ଏବେ ଏହା ୪୩ ଅକ୍ଷାଂଶ ରେଖା ମଧ୍ୟରେ ଆସୁଥିବା ସ୍ଥାନରେ ପଡିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ତେଣୁ ଏହା ୪୩ ଅକ୍ଷାଂଶ ରେଖା ମଧ୍ୟରେ ଆସୁଥିବା ନ୍ୟୁୟର୍କ, ବାର୍ସିଲୋନା, ଚିକାଗୋ, ଇସ୍ତାନବୁଲ, ରୋମ କିମ୍ବା ଟୋରୋଣ୍ଟୋରେ ପଡ଼ିପାରେ । ବିଶେଷ କରି ଆମେରିକା ଏବଂ ୟୁରୋପର ଅନେକ ସହର ଏହି ଅକ୍ଷାଂଶ ମଧ୍ୟରେ ରହିଛି । ସାଢେ ୮ଟନ ଓଜନର ଏହି ଉପଗ୍ରହ (ସାଟେଲାଇଟ) ଭୂ-ମଧ୍ୟ ରେଖା ନିକଟରେ ରହିଛି । ଫଳରେ ଏହା ୟୁରୋପ କିମ୍ବା ଆମେରିକାର କୌଣସି ସ୍ଥାନରେ ପଡିବ ବୋଲି ପୂର୍ବାନୁମାନ କରାଯାଉଛି ।

ଉଲ୍ଲେଖ ଯେ ୨୦୧୬ରେ ଟିଆଙ୍ଗୋଙ୍ଗ-୧ ଉପଗ୍ରହ ନିୟନ୍ତ୍ରଣ ହରାଇବସିଥିବା ଚୀନ ପକ୍ଷରୁ କୁହାଯାଇଥିଲା । ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସମସ୍ତ ଚେଷ୍ଟା ବିଫଳ ହୋଇଛି । କୁହାଯାଉଛି ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ଏହି ଉପଗ୍ରହ ଜଳିବା ଆରମ୍ଭ କରିବ । ଉପଗ୍ରହର ପ୍ରାୟ ୧୦ରୁ ୪୦% ଭଗ୍ନାବଶେଷ ପୃଥିବୀରେ ପଡ଼ିବ । ପ୍ୟାରିସସ୍ଥିତ ୟୁରୋପିଆନ ମହାକାଶ ସଂସ୍ଥାର ବିଶେଷଜ୍ଞମାନେ ଟିଆଙ୍ଗୋଙ୍ଗ-୧ ଉପରେ ନଜର ରଖିଛନ୍ତି । ୨୦୧୭ ଡିସେମ୍ବରରୁ ଟିଆଙ୍ଗୋଙ୍ଗ-୧ ଘଣ୍ଟା ପିଛା ୨୮୯ରୁ ୨୮୧ କିଲୋମିଟର ବେଗରେ ତଳକୁ ଖସୁଛି ।

Leave A Reply