ଚୀନରେ ୪ହଜାର ଅଶ୍ଳୀଳ ୱେବ୍‍ସାଇଟ୍‍ ରଦ୍ଦ

0

ବେଜିଂ : ଚୀନ୍‍ ସରକାର ୪ହଜାର ଅଶ୍ଳୀଳ ୱେବ୍‍ସାଇଟ୍‍ ରଦ୍ଦ କରିଛନ୍ତି। ଏଥିସହିତ ସାମାଜିକ କ୍ଷତି ପହଞ୍ଚାଉଥିବା ଏଭଳି ୱେବ୍‍ସାଇଟ୍‍ ବନ୍ଦ ପାଇଁ ସରକାର ତିନିମାସିଆ ଅଭିଯାନ ଚଳାଇଛନ୍ତି। ସରକାର ବିରୋଧୀ ପ୍ରକାଶନ ବନ୍ଦ କରିବା ମଧ୍ୟ ଏହି ଅଭିଯାନର ଅନ୍ତର୍ଭୁକ୍ତ ବୋଲି ସରକାରୀ ଭାବେ କୁହାଯାଇଛି। ପୂର୍ବରୁ ସମାନ ପଦକ୍ଷେପ ସ୍ୱରୂପ ୨୨ହଜାର ଅଶ୍ଳୀଳ ୱେବ୍‍ସାଇଟ୍‍ ବନ୍ଦ କରାଯାଇଥିଲା। ଗତ ଅଗଷ୍ଟ ମାସ ଶେଷ ସୁଦ୍ଧା ୧ଲକ୍ଷ ୪୭ହଜାର ଭ୍ରମାତ୍କକ ସୂଚନା ହଟାଇବା ସହିତ ଶତାଧିକ ସଂଶୋଧନ କରିଛନ୍ତି। ଅଗଷ୍ଟ ମାସରୁ ଆରମ୍ଭ ହୋଇଥିବା ଅଭିଯାନରେ ଅଦ୍ୟାବଧି ୩୯୦ ମାମଲାରେ ମୋଟ ୧୦ଲକ୍ଷ ୭୫ହଜାର ଅଶ୍ଳୀଳ ଓ ବେଆଇନ ପ୍ରକାଶନ ସଂକ୍ରାନ୍ତ ୱେବ୍‍ସାଇଟ୍‍ ବନ୍ଦ କରାଯାଇଥିବା ଜଣାପଡ଼ିଛି।

Leave A Reply