ଡାକ୍ତରଖାନାରେ ଶିଶୁ ମୃତ, ଚିକିତ୍ସା ଅବହେଳା ଅଭିଯୋଗ

0

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନାରେ ଜଣେ ୫ ବର୍ଷର ଝିଅର ମୃତ୍ୟୁ ଘଟିଛି। ଚିକିତ୍ସା ଅବହେଳାରୁ ତାର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ କୁଲାବିରା ବ୍ଲକ୍‍ କୁସମାଲ ଗ୍ରାମର ପୀତାମ୍ବର ବନଛୋରଙ୍କ ଝିଅ ତୃପ୍ତି ଆଜି ଭୋର ସମୟରେ ହଠାତ୍‍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ତୃପ୍ତିଙ୍କ ଚିକିତ୍ସା ପାଇଁ କୌଣସି ଡାକ୍ତର ଆସି ନଥିଲେ। କିଛି ସମୟ ପରେ ତୃପ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରସାରିତ ହେବା ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏକତା ମଞ୍ଚର କର୍ମକର୍ତ୍ତା ଘଟଣାର ପ୍ରତିବାଦ କରିଥିଲେ। ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

Leave A Reply