ବୁଦା ମୂଳରୁ ଉଦ୍ଧାର ହେଲା ଅଲୋଡା ଶିଶୁକନ୍ୟା

0

ଯାଜୁପୁର: ପୁଣି ଅଲୋଡା ହେଲା ଶିଶୁକନ୍ୟା । ଏକ ବୁଦା ମୂଳରୁ ଅଲୋଡା ଅବସ୍ଥାରେ ପଡି କାନ୍ଧୁଥିବା ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଯାଜୁପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ପଞ୍ଚାୟତର ଏକ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ବୁଦା ମୂଳରେ ଜଣେ ଶିଶୁକନ୍ୟା କନ୍ଦୁଥିବାର ଶବ୍ଦ ଶୁଣିବାକୁ ପାଇତିଲେ ।  ଉକ୍ତ ମହିଳା ଜଣଙ୍କ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରି ଆଶାକର୍ମୀଙ୍କ ସହାୟତାରେ ଧର୍ମଶାଳା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଶିଶୁଟିର ସ୍ବସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି ।

Leave A Reply