ମୁଖ୍ୟମନ୍ତ୍ରୀଙ୍କ ଭଦ୍ରକ ଗସ୍ତ ପୂର୍ବରୁ ଗୋଷ୍ଠୀ ସଂଘର୍ଷ

0

ଭଦ୍ରକ : ମୁଖ୍ୟମନ୍ତ୍ରୀଙ୍କ ଭଦ୍ରକ ଗସ୍ତ ପୂର୍ବରୁ ବିଜେଡ଼ିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ବିଧାୟକ ବ୍ୟୋମକେଶ ରାୟଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଶଗଡିଆ କଲେଜ ଛକ ନିକଟରେ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ରାଲିରେ ଯାଉଥିବା ବେଳେ ବିଧାୟକଙ୍କ ସମର୍ଥକ ଗୋଷ୍ଠୀ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଭୀଷଣ ଗଣ୍ଡୋଗଳ ହୋଇଥିଲା । ଏଥିରେ ୪ ଜଣ ମହିଳା କର୍ମୀ ଆହତ ହୋଇଥିବା ବେଳେ ୧୦ରୁ ଅଧିକ ଗାଡି ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଛି ।

Leave A Reply