ଚିଦମ୍ବରମ୍‍ଙ୍କୁ ପୁନଃ ଅନ୍ତରୀଣ ସୁରକ୍ଷା

0

ନୂଆଦିଲ୍ଲୀ : ଏୟାରସେଲ୍‍-ମାକ୍ସିସ୍‍ ମାମଲା ପରେ ଏବେ ଆଇଏନ୍‍ଏକ୍ସ ମିଡିଆ ମାମଲାରେ ମଧ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ୍‍ଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି। ଏହି ମାମଲାରେ ତାଙ୍କ ବିରୋଧରେ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଦିଲ୍ଲୀ ହାଇକୋର୍ଟ ବିଚାରପତି ଏ. କେ ପାଠକ ଗୁରୁବାର ନିର୍ଦେଶ ଦେଇଛନ୍ତି। ଚିଦମ୍ବରମ୍‍ଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଆସନ୍ତା ୨ ସପ୍ତାହ ମଧ୍ୟରେ ମତାମତ ଦାଖଲ କରିବାକୁ ସିବିଆଇକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଆଇଏନ୍‍ଏକ୍ସ ମିଡିଆକୁ ବୈଦେଶିକ ନିବେଶ ପ୍ରୋତ୍ସାହନ ବୋର୍ଡର ମଞ୍ଜୁରୀ ପ୍ରଦାନରେ ଅନିୟମିତତା ମାମଲାରେ ଚିଦମ୍ବରମ୍‍ଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା। ଏହି ମାମଲାରେ ତାଙ୍କୁ ସିବିଆଇ ସମନ ଜାରି କରିଥିବାବେଳେ ଚିଦମ୍ବରମ୍‍ ଗିରଫଦାରୀରୁ ବର୍ତ୍ତିବା ନିମନ୍ତେ ଆଗୁଆ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ।

Leave A Reply